ଗୁଗଲ ଓ ଫେସବୁକକୁ ୧୭ ହଜାର କୋଟିର ଫାଇନ!

ନୂଆଦିଲ୍ଲୀ : ଫେସବୁକ ଓ ଗୁଗଲକୁ ୧୭ ହଜାର କୋଟି ଟଙ୍କାର ଜରିମାନା ହୋଇଛି । ଫ୍ରାନ୍ସ ସରକାର ଏହି ଦୁଇ କମ୍ପାନୀ ଉପରେ ଏହି ଜରିମାନା ଲଗାଇଛନ୍ତି । ସୂଚନା ଅନୁଯାୟୀ ଫେସବୁକ, ଗୁଗଲ ଓ ୟୁଟ୍ୟୁବ୍‌ ନିଜ ୱେବସାଇଟରେ ୟୁଜର୍ସଙ୍କ କୁକିଜ୍‌ ସ୍ୱୀକାର କରିଥାନ୍ତି । କୁକିଜ୍‌ ସ୍ୱୀକାରକୁ ଖାରଜ କରିବା ବେଳେ ୟୁଜରମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସିଏନଆଇଏଲ କହିଛି ଯେ କୁକିଜ୍‌ ପଲିସିର ଉଲ୍ଲଙ୍ଘନ କରିଥିବାରୁ ଗୁଗଲ ଉପରେ ୧୨୬୩ କୋଟିର ଜରିମାନା ଲାଗିଛି ।

ସେହିପରି ଫେସବୁକ ଉପରେ ୫୦୫ କୋଟିର ଜରିମାନା କରାଯାଇଛି । ସେହିପରି ଯଦି ଉଭୟ କମ୍ପାନୀ ଏହି ଆଦେଶକୁ ୩ ମାସ ଭିତରେ କାର୍ଯ୍ୟକାରୀ ନ କରନ୍ତି ତେବେ ପ୍ରତିଦିନ ୧ ଲକ୍ଷ ୟୁରୋ ଅତିରିକ୍ତ ଜରିମାନା ଲଗାଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ ଫେସବୁକ କହିଛି ଯେ, ସିଏନଆଇଏଲର ଅଭିଯୋଗ ଓ ନିର୍ଦ୍ଦେଶ ଉପରେ ଅନୁଧ୍ୟାନ କରାଯାଉଛି । ନିଷ୍ପତ୍ତି ନେବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କମ୍ପାନୀ କହିଛି । ସେହପରି ଗୁଗଲ କହିଛି ଯେ, ୟୁଜରଙ୍କ ଅଧିକାର ଓ ଗୋପନୀୟତାକୁ ସେମାନେ ସମ୍ମାନ ଜଣାନ୍ତି । ଆବଶ୍ୟକୀୟ ପରିବର୍ତ୍ତନ ପାଇଁ ସେମାନେ ରାଜି ଥିବା ଗୁଗଲ ସ୍ପଷ୍ଟୀକରଣ ରଖିଛି ।