ସମୁଦ୍ରରେ ଶକ୍ତି ବଢାଇବ ରାଫେଲ-ଏମ୍‌

ନୂଆଦିଲ୍ଲୀ : ଭାରତୀୟ ନୌସେନା ସମୁଦ୍ରରେ ନିଜ ଶକ୍ତି ବଢାଇବ । ଭାରତ ରାଫେଲ-ଏମର ବ୍ୟବହାରିକ ପରୀକ୍ଷଣ କରିଛି । ଭାରତ ନିଜର ଯୁଦ୍ଧ ଜାହାଜରେ ଏହାକୁ ସାମିଲ କରିବ । ଫ୍ରାନ୍ସ ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଭାରତକୁ ପଠାଇଥିଲା । ସ୍ୱଦେଶୀ ଯୁଦ୍ଧ ଜାହାଜ ବିକ୍ରାନ୍ତକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବଡ ଯୋଜନା ଭାରତୀୟ ନୌସେନା । ସେହିପରି ଆଇଏନଏସ ବିକ୍ରାନ୍ତ ପାଇଁ ଯୁଦ୍ଧ ବିମାନ କିଣିବାକୁ ଲକ୍ଷ୍ୟ ରଖିଛି ନୌସେନା ।

ସୂଚନାଯୋଗ୍ୟ ଯେ ଆସନ୍ତା ଦିନରେ ଭାରତୀୟ ନୌସେନାରେ ଆଇଏନଏସ ବିକ୍ରାନ୍ତଙ୍କୁ ସାମିଲ କରାଯାଇପାରେ । ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିବା ରାଫେଲ ବିମାନରେ କିଛିଟା ପରିବର୍ତ୍ତନ କରି ରାଫେଲ-ଏମ ଯୁଦ୍ଧ ବିମାନ ବିକଶିତ କରାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ, ରାଫେଲ-ଏମ ଯୁଦ୍ଧ ବିମାନ ଆମେରିକାର ଏଫ-୧୮ ବିମାନ ତୁଳନାରେ ଅଧିକ ପ୍ରଭାବଶାଳୀ ।