୨୦୨୩ ସାହସିକତାର ପୁରସ୍କାର ଘୋଷଣା: ମେଜର ଶୁଭାଙ୍ଗ ଓ ନାୟକ ଜିତେନ୍ଦ୍ର ସିଂହଙ୍କୁ କିର୍ତୀ ଚକ୍ର

୨୦୨୩ ସାହସିକତାର ପୁରସ୍କାର..

ନୂଆଦିଲ୍ଲୀ, (ସାକ୍‌ସୀ ନିୟୁଜ): ୭୪ତମ ଗଣତନ୍ତ୍ର ଦିବସର ପୂର୍ବଦିନ ବୀରତ୍ୱ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ୬ ଜଣଙ୍କୁ କିର୍ତୀଚକ୍ର ଓ ୧୫ ଜଣଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି । ମେଜର ଶୁଭାଙ୍ଗ ଓ ନାୟକ ଜିତେନ୍ଦ୍ର ସିଂହଙ୍କୁ କିର୍ତୀଚକ୍ରରେ ସମ୍ମାନୀତ କରାଯାଇଛି । ମେଜର ଆଦିତ୍ୟ ଭଦୌରିଆ, କ୍ୟାପଟେନ୍‌ ଅରୁଣ କୁମାର, କ୍ୟାପଟେନ୍‌ ଯୁଦ୍ଧବୀର ସିଂହ, କ୍ୟାପଟେନ୍‌ ରାକେଶ ଟିଆର, ନାୟକ ଜସବୀର ସିଂହ (ମରଣୋତର), ଲାନ୍ସ ନାୟକ ବିକାଶ ଚୌଧୁରୀ, କନ୍‌ଷ୍ଟେବଲ ମୁଦାସିର ଅହମ୍ମଦ ଶେଖ (ମରଣୋତର) ଶୌର୍ଯ୍ୟଚକ୍ର ପାଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଏଥର ସଶସ୍ତ୍ର ବାହିନୀର ୪୧୨ କର୍ମୀଙ୍କୁ ବୀରତା ପୁରସ୍କାର ଓ ଅନ୍ୟ ସମ୍ମାନ ପ୍ରଦାନ କରାଯିବ । ସେଗୁଡ଼ିକ ଭିତରେ ୬ କିର୍ତୀଚକ୍ର ଅଛି ଯାହା ଭିତରେ ୪ ଜଣ ମରଣୋତର ସୈନିକ ଅଛନ୍ତି; ୧୫ଟି ଶୌର୍ଯ୍ୟ ଚକ୍ର ରହିଛି ଯୋଉଥିରେ ଦୁଇଜଣ ସହିଦ ସୈନିକ ଅଛନ୍ତି ।

ଏହାଛଡ଼ା ୧୯ ବିଶିଷ୍ଟ ସେବା ମେଡାଲ, ୩ ଉତମ ଯୁଦ୍ଧ ସେବା ମେଡାଲ, ଏକ ବାର ଟୁ ଅତି ବିଶିଷ୍ଟ ସେବା ମେଡାଲ, ୩୨ ଅତି ବିଶିଷ୍ଟ ସେବା ମେଡାଲ, ୮ ଯୁଦ୍ଧ ସେବା ମେଡାଲ, ଏକ ବାର ଟୁ ସେନା ମେଡାଲ (ବୀରତ୍ୱ) ଓ ୯୨ ସେନା ପଦକ (ବୀରତ୍ୱ) ପାଇଁ ଦିଆଯିବ ।

ମେଜର ଶୁଭାଙ୍ଗ ୨୦୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରସ୍ଥିତ ବଡ଼ଗାଁରେ ଏକ କଠିନ ପରିସ୍ଥିତି ଭିତରେ ଆତଙ୍କବାଦୀଙ୍କ ସହିତ ମୁକାବିଲା କରିଥିଲେ ।

ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼କୁ ତିଳେମାତ୍ର ଭ୍ରୁକ୍ଷେପ ନକରି ମେଜର ଶୁଭାଙ୍ଗ ଜଣେ ଦୁର୍ଦ୍ଦାନ୍ତ ଆତଙ୍କୀକୁ ମାରିଦେଲେ । କାନ୍ଧରେ ଗୁଳି ବାଜିବା ସତ୍ୱେ ମେଜର ପଳାୟନ କରି ନଥିଲେ । ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇ ସହିଦ ହୋଇଥିଲେ ।
ଏହି ଅବସରରେ ୯୦୧ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ ଦିଆଯାଇଛି । ପୁଲିସ ପଦକ ପାଇଥିବା କର୍ମଚାରୀଙ୍କ ଭିତରୁ ୧୪୦ ଜଣଙ୍କୁ ବୀରତ୍ୱ ପାଇଁ ପୁଲିସ ପଦକ (ପିଏମ୍‌ଜି), ୯୩ ଜଣଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ (ପିପିଏମ୍‌) ଓ ୬୬୮ ଜଣଙ୍କୁ ମେଧାବୀ ସେବା (ପିଏମ୍‌) ପାଇଁ ପଦକ ଦିଆଯାଇଛି । ୧୪୦ ବୀରତା ପୁରସ୍କାର ଭିତରୁ ନକ୍ସଲ ପ୍ରଭାବିତ ଇଲାକାରେ କାର୍ଯ୍ୟରତ ୮୦ ଜଣ ପୁଲିସ କର୍ମଚାରୀ ଓ ଜମ୍ମୁ-କଶ୍ମୀର ଇଲାକାରେ କାର୍ଯ୍ୟରତ ୪୫ ଜଣ ପୁଲିସ କର୍ମଚାରୀ ଅଛନ୍ତି ।

ବୀରତା ପୁରସ୍କାର ପାଇଥିବା କର୍ମଚାରୀଙ୍କ ଭିତରେ ୪୮ ଜଣ ସିଆରପିଏଫ୍‌, ୩୧ ଜଣ ମହାରାଷ୍ଟ୍ର, ୨୫ ଜଣ ଜମ୍ମୁ-କଶ୍ମୀର ପୁଲିସ, ୯ ଜଣ ଝାଡ଼ଖଣ୍ଡ ପୁଲିସ, ଦିଲ୍ଲୀ ପୁଲିସ, ଛତିଶଗଡ଼ ପୁଲିସ ଓ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ୭ ଜଣ ଲେଖାଏଁ କର୍ମଚାରୀ ଅଛନ୍ତି । ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ମଧ୍ୟ କିଛି ପୁଲିସ କର୍ମଚାରୀ ଅଛନ୍ତି ।