ଚଣ୍ଡୀଗଡ ୟୁନିଭର୍ସିଟି ଏମଏମଏସ ମାମଲାରେ ୩ ଗିରଫ

ଉକ୍ତ ପ୍ରସଙ୍ଗ ଉଠିବା ପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗତକାଲି ଯାଞ୍ଚ ଆଦେଶ ଦେଇଥିଲେ……

ଚଣ୍ଡୀଗଡ: ପଞ୍ଜାବର ମହାଲୀସ୍ଥିତ ଚଣ୍ଡୀଗଡ ୟୁନିଭର୍ସିଟି ଛାତ୍ରୀଙ୍କ ଏମଏମଏସ ଭିଡିଓ ଭାଇରାଲ ମାମଲାରେ ପଞ୍ଜାବ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ ମହିଳା ଅଫିସରଙ୍କୁ ନେଇ ଏକ ଏସଆଇଟି ଟିମ୍‌ ଗଠନ କରାଯାଇଛି ଯିଏକି ଉକ୍ତ ମାମଲାର ଯାଞ୍ଚ କରିବେ ।

ସୂଚନାଯୋଗ୍ୟ, ୟୁନିଭର୍ସିଟି ହୋଷ୍ଟେଲରେ ୫-୬ଜଣ ଝିଅଙ୍କ ଗାଧାଇବା ବେଳର ଭିଡିଓ ଜଣେ ଛାତ୍ରୀ ରେକର୍ଡ କରିଥିଲା । ଉକ୍ତ ଭିଡିଓକୁ ସେ ତା’ର ଜଣେ ପୁୁରୁଷ ବନ୍ଧୁକୁ ପଠାଇଥିଲା । ପରେ ଉକ୍ତ ଯୁବକ ଭିଡିଓକୁ ଭାଇରାଲ କରି ଦେଇଥିଲା । ଉକ୍ତ ପ୍ରସଙ୍ଗ ଉଠିବା ପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗତକାଲି ଯାଞ୍ଚ ଆଦେଶ ଦେଇଥିଲେ ।