ସୂର୍ଯ୍ୟପୃଷ୍ଠରେ ବିଶାଳକାୟ ଗାଡ଼: ଲୁଚିଯିବ ୩୦ଟି ପୃଥିବୀ

ନର୍ଦର୍ଣ୍ଣ ଲାଇଟ୍ସ..

ୱାଶିଂଟନ: ମହାକାଶ ବିଜ୍ଞାନୀମାନେ ସୂର୍ଯ୍ୟପୃଷ୍ଠରେ ବିଶାଳକାୟ ଗାଡ଼ ଦେଖିଛନ୍ତି । ତା’ର ପରିଣାମରେ ଆମେରିକାର ଉତରାଂଚଳ ରାଜ୍ୟଗୁଡ଼ିକର ଆକାଶରେ ମହାଜାଗତିକ ବିକିରଣ ଦେଖିବାକୁ ମିଳିବ । ୱାଶିଂଟନ ଓ ନ୍ୟୁୟର୍କ ଆକାଶ ବିବିଧବର୍ଣ୍ଣା ହେବ । ସୁଦୃଶ୍ୟ ରଙ୍ଗୀନ ଆଲୋକରଶ୍ମି ବର୍ଷା ହେବ।

ମହାକାଶ ବିଜ୍ଞାନୀଙ୍କ ଭାଷାରେ ମହାଜାଗତିକ ବିକିରଣକୁ ନର୍ଦର୍ଣ୍ଣ ଲାଇଟ୍ସ କୁହାଯାଉଛି । ଉକ୍ତ ଲାଇଟ୍ସ ସେହି ସମୟରେ ଦୃଷ୍ଟିଗୋଚର ହେବ ଯେତେବେଳେ ମହାଜାଗତିକ ବିକିରଣ ପୃଥିବୀର ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବ ।

କିଛିଦିନ ତଳେ ନାସା ପକ୍ଷରୁ କୁହାଯାଇଥିଲା ଯେ ସୂର୍ଯ୍ୟଙ୍କ ପୃଷ୍ଠଦେଶରୁ ବିରାଟକାୟ ଟୁକୁଡ଼ା ଅଲଗା ହୋଇ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଛି । ଏବେ ନାସା ଯୁବ ବୈଜ୍ଞାନି ଆଲେକ୍ସ ୟଙ୍ଗ କହିଛନ୍ତି ଯେ ସୂର୍ଯ୍ୟପୃଷ୍ଠରେ ସୃଷ୍ଟି ବିଶାଳକାୟ ଗାଡ଼ରେ ୩୦ଟି ପୃଥିବୀ ଲୁଚିଯିବ । ଉକ୍ତ ଗାଡ଼ର ଲମ୍ବ ପ୍ରାୟ ୨.୪୦ ଲକ୍ଷ କିଲୋମିଟର ।