କଏଦୀଙ୍କୁ ପ୍ରେମ କରି କଏଦୀ ହେଲେ ମହିଳା ଜେଲର୍‌

କାହା ପାଇଁ ପ୍ରେମ ସ୍ୱର୍ଗ ତୁଲ୍ୟ । କାହା ପାଇଁ ପ୍ରେମ…

ଲଣ୍ଡନ: କାହା ପାଇଁ ପ୍ରେମ ସ୍ୱର୍ଗ ତୁଲ୍ୟ । କାହା ପାଇଁ ପ୍ରେମ ନର୍କଗାମୀ । ବ୍ରିଟେନର ଜଣେ ମହିଳା ଜେଲର ଜଣେ କଏଦୀଙ୍କୁ ପ୍ରେମ କରି ଚାକିରି ହରାଇଛନ୍ତି । ଯେଉଁ ଜେଲରେ ଜେଲର ଥିଲେ, ସେହି ଜେଲରେ କଏଦୀ ଜୀବନ ବିତାଉଛନ୍ତି । ୨୪ ବର୍ଷୀୟା ଏମା ଜନ୍‌ସନ୍‌ଙ୍କୁ ଡର୍ବି କ୍ରାଉନ୍‌ କୋର୍ଟ ଜଷ୍ଟିସ୍‌ ଜନାଥନ ବେନେଟ୍‌ ଦୋଷୀ ସାବ୍ୟସ୍ତ କରି ୧୫ ମାସ ପାଇଁ ଜେଲଦଣ୍ଡ ଶୁଣାଇଛନ୍ତି । ତା’ ସହିତ ଚାକିରି ହରାଇଛନ୍ତି ଏମା । ତା’ ସହିତ କଏଦୀ ମାର୍କସ ସୋଲୋମନଙ୍କୁ ମଧ୍ୟ ଅତିରିକ୍ତ ୧୩ ମାସ ଜେଲଦଣ୍ଡ ପ୍ରଦାନ କରିଛନ୍ତି କୋର୍ଟ । ବିଚାରପତି ତାଙ୍କ ରାୟରେ କହିଛନ୍ତି, ‘ମୁଁ ମାନୁଛି ଆପଣ ଜଣେ କଏଦୀଙ୍କ ଭଲ ପାଇବସିଲେ । କିନ୍ତୁ ପ୍ରେମରେ ପଡ଼ି ଆପଣ ସରକାରୀ କ୍ଷମତାର ଅପବ୍ୟବହାର କରିବା ମସ୍ତବଡ଼ ଅପରାଧ । କଏଦୀଙ୍କୁ ମୋବାଇଲ ବାରଣ ଥିଲାବେଳେ ଆପଣଙ୍କ ଜାଣତରେ କଏଦୀମାନେ ଜେଲରେ ଆଇଫୋନ୍‌ ବ୍ୟବହାର କରୁଛନ୍ତି । ଅତଏବ ଆପଣଙ୍କ ଭଳି ଲୋକ ଦଣ୍ଡ ପାଇବାକୁ ଯୋଗ୍ୟ । ’

ଘଟଣାରୁ ଜଣାପଡେ଼, ଏମା ଯେଉଁ ଜେଲରେ ଜେଲର ଥିଲେ, ସେହିଠାରେ କଏଦୀ ଜୀବନ ବିତାଉଥିବା ସୋଲୋମନଙ୍କୁ ହୃଦୟ ଦେଇବସିଲେ । ପ୍ରେମରେ ଉବୁଟୁବୁ ଏମା ସରକାରୀ ଦାୟିତ୍ୱକୁ ଜଳାଞ୍ଜଳି ଦେଇ ସୋଲୋମନ ଜରିଆରେ ଜେଲ ଭିତରେ ଚୋରାରେ ଆଇଫୋନ୍‌ ବିକିଲେ । ଚୋରା ଆଇଫୋନ୍‌ ବିକା ବାବଦ ଟଙ୍କା ଏମାଙ୍କ ଜମାଖାତାକୁ ଯାଉଥିଲା । ଉଭୟ ପ୍ରେମୀ ଜେଲ ଭିତରେ ବିଳାସମୟ ଜୀବନ ବିତାଉଥିଲେ ।