‘ଆଶା’ ଗର୍ଭବତୀ, ଭାରତରେ ବଢିବ ଚିତା ସଂଖ୍ୟା

ଦୁଇ ସପ୍ତାହ ତଳେ ନାମିବିଆରୁ ଆସିଥିବା ୮ଟି ଚିତା ମଧ୍ୟରୁ…

ନୂଆଦିଲ୍ଲୀ: ଦୁଇ ସପ୍ତାହ ତଳେ ନାମିବିଆରୁ ଆସିଥିବା ୮ଟି ଚିତା ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ମାଇ ଚିତାର ନାଁ ‘ଆଶା’ ରଖିଥିଲେ। ଆଶା ଗର୍ଭବତୀ ହୋଇ ଏହି ପ୍ରୋଜେକ୍ଟକୁ ସଫଳ କରାଇବାର ପ୍ରଥମ ଆଶାର କିରଣ ଦେଖାଦେଇଛି । ଚିତା ଉପରେ ନଜର ରଖୁଥିବା ଟିମ ଅନୁସାରେ, ଆଶା ନିକଟରେ ଜଣେ ଗର୍ଭବତୀ ଚିତାର ସମସ୍ତ ଲକ୍ଷଣ ରହିଛି । ଆଶାର ବୟସ ସାଢେ ତିନି ବର୍ଷ ହୋଇଥିବା ବିଶେଷଜ୍ଞ କହିଛନ୍ତି । ଆଶା ଠାରୁ ମିଳିଥିବା ଶୁଭ ଖବର ପରେ ଦେଶରେ ଚିତାର ସଂଖ୍ୟା ବଢିବ ବୋଲି ବନ ଅଧିକାରୀ ଆଶା ବାନ୍ଧିଛନ୍ତି ।

ଚିତା କନଜର୍ଭେସନ ଫଣ୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଲରୀ ମାର୍କର କହିଛନ୍ତି, ଯଦି ଆଶା ଗର୍ଭବତୀ ହୁଏ ତେବେ ଏହା ତାର ପ୍ରଥମ ଗର୍ଭଧାରଣ। ନାମିବିଆରୁ ହିଁ ଏପରି ହୋଇଥିବା ଅନୁମାନ କରାଯାଉଛି । ଯଦି ଚିତା ଶାବକ ହୁଏ ତେବେ ତାଙ୍କୁ ଶାନ୍ତ ପରିବେଶ ଉପଲବ୍ଧ କରାଇବାକୁ ପଡିବ। ଏହାସହ ଆଖପାଖରେ କେହି ମଧ୍ୟ ରହିବାକୁ ହେବ ନାହିଁ । ଆଶାର ଖାଇବା ପିଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।