ୱାସିମ ଆକ୍ରମଙ୍କୁ ପଛରେ ପକାଇଲେ ଅଶ୍ୱିନ

କାନପୁର: କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଇତିହାସ ରଚିଛନ୍ତି ଭାରତୀୟ କ୍ରିକେଟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଅଶ୍ୱିନ ଟେଷ୍ଟ କ୍ରିକେଟ୍‌ରେ ୪୧୫ତମ ୱିକେଟ୍‌ ହାସଲ କରିବା ସହ ପାକିସ୍ତାନର ଦ୍ରୁତ ବୋଲର ୱାସିମ ଆକ୍ରମଙ୍କୁ ପଛରେ ପକାଇଛନ୍ତି ।

ଅଶ୍ୱିନ ମୋଟ୍‌ ୪୧୬ ୱିକେଟ୍‌ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡର ବିପକ୍ଷ ପ୍ରଥମ ଇନିଂସରେ ୩ଟି ୱିକେଟ୍‌ ନେଇଛନ୍ତି ଅଶ୍ୱିନ । ଅଶ୍ୱିନ ୮୦ଟି ଟେଷ୍ଟ ମ୍ୟାଚରେ ଏହି ରେକର୍ଡ କରିଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ନେଇ ଅଶ୍ୱିନ ୧୪ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ୱାସିମ ଆକ୍ରମ ୧୦୪ ଟେଷ୍ଟରୁ ୪୧୪ ୱିକେଟ୍‌ ନେଇଛନ୍ତି ।