ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ବେକ୍ଷଣ ବନ୍ଦ

ବାରାଣସୀର ଜ୍ଞାନବ୍ୟାପୀ ମସଜିଦ ଭିତରେ ଏଏସଆଇ ସର୍ବେକ୍ଷଣ କାମରେ ହସ୍ତକ୍ଷେପ କରିଛନ୍ତି ଆଲ୍ଲାହବାଦ ହାଇକୋର୍ଟ । ଜୁଲାଇ ୨୭ ତାରିଖ ବିଚାର ପର୍ଯ୍ୟନ୍ତ ସର୍ବେକ୍ଷଣ କାମ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ମୁସଲିମ ପକ୍ଷକାରଙ୍କ ଆବେଦନର ଶୁଣାଣି କରିି ହାଇକୋର୍ଟ ଏଭଳି ନିଷ୍ପତି ନେଇଛନ୍ତି ।

ମୁସଲିମ ପକ୍ଷର ଓକିଲ ନକଭୀ ଯୁକ୍ତି କରିଥିଲେ, ଜ୍ଞାନବ୍ୟାପୀ ପୀଠଟି ସଂରକ୍ଷିତ ଅଂଚଳ ନୁହେଁ ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଏଏସଆଇ ସେଠାରେ ସର୍ବେକ୍ଷଣ କାମ ଆରମ୍ଭ କରିଦେବ । ମାତ୍ର ଏଏସଆଇ ତା’ର ସୀମା ଭିତରେ ରହି ଯାଂଚ ପ୍ରକ୍ରିୟା ଚଲାଇଛି ବୋଲି କୋର୍ଟଙ୍କୁ ଜଣାଇଛି ।

ମୁଖ୍ୟ ବିଚାରପତି ଏଏସଆଇକୁ ପଚାରିଲେ, ଗୋଟିଏ ପକ୍ଷ ତାକୁ ମନ୍ଦିର ଦାବି କରୁଛି । ଆଉ ଗୋଟିଏ ପକ୍ଷ ତାକୁ ମସଜିଦ କହୁଛି । ଆପଣ ଆପଣଙ୍କ ସତ୍ୟପାଠ ପଢ଼ନ୍ତୁ । ଏଏସଆଇ ଅଧିକାରୀ କହିଛନ୍ତି, ଯାଂଚ ସମୟରେ ସଂପୃକ୍ତ ସ୍ଥାନର କୌଣସି ଅଂଶକୁ କ୍ଷତିଗ୍ରସ୍ତ କରାଯିବନି ।