ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳୁନାହାନ୍ତି ସଂଜୟ ମିଶ୍ରଙ୍କ ବିକଳ୍ପ

ପ୍ରବର୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଂଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ପୁଣି ବଢ଼ାଇବା ପାଇଁ କେନ୍ଦ୍ର ସରକାର ସୁୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି । ସଂଜୟଙ୍କ ଉପରେ ମୋଦୀଙ୍କର ଯେତିକି ଭରସା ରହିଛି । ଆଉ କୌଣସି ଅଧିକାରୀଙ୍କ ଉପରେ ମୋଦୀ ସେତିକି ଭରସା କରି ପାରୁନାହାନ୍ତି । ଅନ୍ତତଃପକ୍ଷେ ଲୋକସଭା ନିର୍ବାଚନ ଶେଷ ହେବା ଯାଏ ସଂଜୟଙ୍କୁ ନିର୍ଦ୍ଦେଶକ ପଦବୀରେ ରଖିବା ପାଇଁ ମୋଦୀ ଚାହୁଁଛନ୍ତି ।

ସଂଜୟଙ୍କର କାର୍ଯ୍ୟକାଳକୁ ଦୁଇଥର ବୃଦ୍ଧି କରି ସାରିଚନ୍ତି ମୋଦୀ ସରକାର । ତାଙ୍କ କାର୍ଯ୍ୟକାଳକୁ ତୃତୀୟ ଥର ପାଇଁ ବଢ଼ାଇବା ଆବେଦନକୁ ସହଜରେ ଗ୍ରହଣ କରି ନଥିଲେ ସୁପ୍ରିମକୋର୍ଟ । ତୃତୀୟ ଦଫାରେ ସଂଜୟଙ୍କ କାର୍ଯ୍ୟକାଳକୁ ନଭେମ୍ବର ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ କେନ୍ଦ୍ର ଚାହୁଁଥିଲା ।

ସୁପ୍ରିମକୋର୍ଟଙ୍କ ଛାଟ ଖାଇବା ପରେ ମଧ୍ୟ ମୋଦୀଙ୍କୁ ସଂଜୟ ପ୍ରେମ ଘାରିଛି । ମୋଦୀ ଭାବୁଛନ୍ତି, ସଂଜୟଙ୍କୁ ବାଦ ଦେଲେ, ତାଙ୍କ ଅମଳରେ ଧରା ପଡ଼ିଥିବା ଚତୁର ସଇତାନଙ୍କୁ ସମ୍ଭାଳିିବାର ତାକତ୍‌ ଆଉ କାହା ପାଖରେ ନାହିଁ ।