ଆସାମ ବନ୍ୟା ବିତ୍ପତ୍ତି : ୬ ଲକ୍ଷରୁ ଅଧିକ ପ୍ରଭାବିତ

ଆସାମ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହୋଇଛି….

ଦିସପୁର: ଆସାମ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହୋଇଛି । ବନ୍ୟା ଯୋଗୁ ୪ ଜଣଙ୍କର ମୃତ୍ୟୁ ହେବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮କୁ ଛୁଇଁଛି । ଅନ୍ୟପକ୍ଷରେ ସେଠାରେ ବନ୍ୟା ଜଳ ଧୀରେ ଧୀରେ କମୁଥିବାରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି ବୋଲି ଏକ ରିପୋର୍ଟରୁ ପ୍ରକାଶ ପାଇଛି । ରାଜ୍ୟରେ ନାଗାଓଁ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାରେ ୩.୩୯ ଲକ୍ଷ ଲୋକ ପ୍ରଭାବିତ ହୋଇଛି । ସେହିପରି ଚାଚର ଜିଲ୍ଲାରେ ୧.୭୭ ଲକ୍ଷ, ହୋଜାଇରେ ୭୦,୨୩୩ ଲୋକ ପ୍ରଭାବିତ ହୋଇଛନ୍ତି ।

ସେହିପରି ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଆର୍ମି, ପାରାମିଲିଟାରୀ ଫୋର୍ସ, ଏନଡିଆରଏପ୍‌, ଏସଡିଆରଏଫର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ରିଲିଫ ପରିଚାଳନା କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ବନ୍ୟା ଯୋଗୁ କିଛି ଟ୍ରେନ୍‌ ମଧ୍ୟ ବାତିଲ କରାଯାଇଛି । ଅପରପକ୍ଷରେ ବନ୍ୟାରେ ପ୍ରଭାବିତ ଅଞ୍ଚଳମାନଙ୍କରେ ନଦୀବନ୍ଧ, ରାସ୍ତା, ପୋଲ, ଘର ଇତ୍ୟାଦି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ବୋଲି ଜଣାପଡିଛି ।