ପ୍ଲେ ଅଫରୁ ଦିଲ୍ଲୀ କ୍ୟାପିଟାଲ ଆଉଟ୍‌

ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡା ଟକ୍କର ଦେଖିବାକୁ..

ମୁମ୍ବାଇ : ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏଥିରେ ମୁମ୍ବାଇ ସହଜରେ ବିଜୟ ହାସଲ କରିନେଇଥିଲା । ତେବେ ଦିଲ୍ଲୀ ଏହି ପରାଜୟ ସହ ଆଇପିଏଲ-୨୦୨୨ ପ୍ଲେ ଅଫରୁ ବିଦା ହୋଇଛି । ଦିଲ୍ଲୀ କ୍ୟାପିଟାଲ ମୁମ୍ବାଇକୁ ଏହି ୧୬୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଯାହା ୫ ୱିକେଟ୍‌ ବିନିମୟରେ ମୁମ୍ବାଇ ହାସଲ କରିନେଇଥିଲ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ କିନ୍ତୁ ୧୪ ମ୍ୟାଚରୁ ୭ ବିଜୟ ଓ ୭ ପରାଜୟ ସହ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହି ବିଦାୟ ନେଇଥିଲା । ଅନ୍ୟପକ୍ଷରେ ମୁମ୍ବାଇ ୧୪ ମ୍ୟାଚରୁ ମାତ୍ର ଚତୁର୍ଥ ବିଜୟ ହାସଲ କରି ସବାଶେଷ ସ୍ଥାନରେ ହିଁ ଅପରିବର୍ତ୍ତିତ ରହିଥିଲା । ସବୁଠୁ ବଡ କଥା ହେଲା ମୁମ୍ବାଇ ବିଜୟ ବଳରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ ଟିକେଟ ପାଇଯାଇଥିଲା ।