କେରଳ ଓ ରାଜସ୍ଥାନ ସରକାର ପେଟ୍ରୋଲ-ଡିଜେଲରୁ ଭାଟ ହ୍ରାସ କଲେ

ଶନିବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା…

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ଘୋଷଣା କରିଥିଲେ । ଫଳରେ ପ୍ରତି ଲିଟର ପିଛା ପେଟ୍ରୋଲ ୯ ଟଙ୍କା ୫୦ ପଇସା ଓ ଡିଜେଲ ୭ ଟଙ୍କା ଶସ୍ତା ହୋଇଥିଲା । ଏବେ କେରଳ ଓ ରାଜସ୍ଥାନ ଭାଟ୍‌ ହ୍ରାସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପ୍ରଥମେ କେରଳ ଓ ରାଜସ୍ଥାନ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହ୍ରାସ କରିଛନ୍ତି । କେରଳ ସରକାର ପେଟ୍ରୋଲ ଲିଟର ପିଛା ୨.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୧.୩୬ ପଇସା ଭ୍ୟାଟ ହ୍ରାସ କରିଛନ୍ତି । ସେହିପରି ରାଜସ୍ଥାନ ସରକାର ପେଟ୍ରୋଲ ଉପରେ ୨.୪୮ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୧.୧୬ ଟଙ୍କା ଭାଟ ହ୍ରାସ କରିଛନ୍ତି ।