ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ବୈଠକରେ ସାମିଲ ହେବା ପାଇଁ ଟୋକିଓ ପହଞ୍ଚଛନ୍ତି । ଜାପାନର ରାଜଧାନୀ ରେ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ବୈଠକରେ ସାମିଲ ହେବା ପାଇଁ ଟୋକିଓ ପହଞ୍ଚଛନ୍ତି । ଜାପାନର ରାଜଧାନୀ ରେ ଭାରତୀୟ ସମୁଦାୟ ଲୋକମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । ଅନେକ ଛୋଟ ପିଲା ମଧ୍ୟ ଏହି ଅବସରରେ ପିଏମ ମୋଦୀଙ୍କୁ ଦେଖାକରିବାକୁ ଉତ୍ସାହିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସବୁ ପିଲାଙ୍କୁ ପ୍ରଥମ ସାକ୍ଷାତ କରିଥିଲେ, ଏବଂ ସେମାନଙ୍କ ସହ କଥା ହୋଇଥିଲେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ହେବାକୁ ଥିବା କ୍ୱାଡ ବୈଠକରେ ଯୋଗଦେବେ । ଏହା ସହ ପ୍ରାୟ ୨୩ କାର୍ଯ୍ୟକ୍ରମରେ ସାମିଲ ହେବେ । ମୋଦୀ ଜାପାନର ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜନୈତିକ ଏବଂ କୂଟନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।