ବାବ୍ରି ମସଜିଦ ଭଙ୍ଗା ଘଟଣାରେ ଶୁଣାଣି ଆରମ୍ଭ

ଲକ୍ଷ୍ନୌ: ଅଯୋଧ୍ୟା ବାବ୍ରି ମସଜିଦ ଭଙ୍ଗା ଘଟଣାରେ ଆଜି ରାୟ ପ୍ରକାଶ କରିବେ ସ୍ୱତନ୍ତ୍ର ସିବିଆଇ କୋର୍ଟ। ଘଟଣା ଘଟିବାର ୨୮ ବର୍ଷ ପରେ ଆଜି ଏହାର ଶୁଣାଣି ହେବାକୁ ଯାଉଛି। ଅଭିଯୁକ୍ତ ତାଲିକାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ଉମା ଭାରତୀ, ବିନୟ କଟିଆର ପ୍ରମୁଖ ରହିଛନ୍ତି।

Babri Masjid demolition case verdict today: What you need to know | 10  points - India News

ସେପ୍ଟେମ୍ବର ୧୬ ଶୁଣାଣି ବେଳେ ସମସ୍ତ ୩୨ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାଲାଗି ନୋଟିସ୍ ଦେଇଥିଲେ ସ୍ୱତନ୍ତ୍ର ସିବିଆଇ ବିଚାରପତି ଏସକେ ଯାଦବ। ୬ ଡିସେମ୍ବର ୧୯୯୨ରେ କର ସେବକ ମାନେ ବାବ୍ରି ମସଜିଦ ଭାଙ୍ଗି ଧ୍ୱସଂ କରିଥିଲେ।