ବିଜେପି ସଂକଳ୍ପ ପତ୍ର: ବିଫଳ ଶାସନର ପ୍ରତିଫଳନ

ନୂଆଦିଲ୍ଲୀ: ଓଡ଼ିଆ ନବବର୍ଷ ଅବସରରେ ବିଜେପି ପକ୍ଷରୁ ଜାରି କରାଯାଇଛି ସଂକଳ୍ପ ପତ୍ର । ବିଜେପି ନେତା ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଲୋକାର୍ପିତ ସଂକଳ୍ପ ପତ୍ରରେ ବିଜେପିର ବିଫଳ ଶାସନ ଉପରେ ତାଳି ପକାଇବାକୁ ଚେଷ୍ଟା କରାଯାଇଛି ।

ଦୁଇପାଳି ପ୍ରଧାନମନ୍ତ୍ରୀ ରହିବା ଭିତରେ ନରେନ୍ଦ୍ର ମୋଦୀ ଦେଶର ୯୭ କୋଟି ଗରିବ, ଯୁବ, ନାରୀ ଓ ଅନ୍ନଦାତାଙ୍କ ପ୍ରତି ଅନ୍ୟାୟ କରିଥିବା ମାନିଛନ୍ତି । ତେଣୁ ଆଗାମୀ ଦିନରେ ଗରିବ, ଯୁବ, ନାରୀ ଓ ଅନ୍ନଦାତାଙ୍କ ପ୍ରତି ଉଚିତ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଆପଣମାନେ ଜାଣିବା ଉଚିତ ଯେ ଭାରତରେ ପ୍ରଚଳିତ ଆଇନ ଅନୁସାରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜାରି ସଂକଳ୍ପ ପତ୍ରକୁ ଅଦାଲତରେ ଚାଲେଂଜ କରିବାର ବିଧି ନାହିଁ ।

ତେଣୁ ବିଜେପି ପକ୍ଷରୁ ଜାରି ସଂକଳ୍ପ ପତ୍ରକୁ ଆଖିବୁଜି ବିଶ୍ୱାସ କରନ୍ତୁ ନାହିଁ । କେବଳ ବିଜେପି କାହିଁକି, ବିଜେଡି, କଂଗ୍ରେସ ଅବା ଆପ୍‌ ପକ୍ଷରୁ ଜାରି ସଂକଳ୍ପ ପତ୍ରକୁ ଆଦୌ ଭରସା କରନ୍ତୁ ନାହିଁ । ଆପଣଙ୍କ ବିବେକ ଅନୁସାରେ ଯୋଗ୍ୟ ନେତାଙ୍କୁ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରାଯାଉଛି ।

କ୍ଷମତାସୀନ ଦଳଗୁଡ଼ିକ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା ବଦଳରେ ମାଗଣା ରାସନ୍‌ କଥାକୁ ଗୁରୁତ୍ୱ ଦେଉଛନ୍ତି । ଅମ୍ବାନୀ, ଆଦାନୀ ଗ୍ରୁପକୁ ଆର୍ଥିକ ଫାଇଦା ପହଂଚାଇବା ପାଇଁ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଦେଶର ଗରିବ, ନାରୀ, ଯୁବ ଓ ଅନ୍ନଦାତାଙ୍କ ପାଇଁ ଲୋକହସା ଯୋଜନା ତିଆରି କରାଯାଉଛି ବୋଲି ରାଷ୍ଟ୍ରୀୟ ପରିବର୍ତନ ଦଳ ପକ୍ଷରୁ କୁହାଯାଉଛି ।