ରାଜ୍ୟରେ କଲବଲ କରୁଛି ତାତି

ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିବ ରାଜଧାନୀ ଭୁବନେଶ୍ୱରରେ ହିଁ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୨.୬ଡିଗ୍ରୀ ରେକର୍ଡ କରାଯାଇଛି । ରବିବାର ସକାଳୁ ଦିନ ତାପମାତ୍ରା ବୃଦ୍ଧି ପାଇଥିଲା । ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଆଉ ୭ଟି ସହର ମଧ୍ୟ ୩୦ ଡିଗ୍ରୀ ଉପରେ ରହିଛି । ତେବେ ପୁରୀ, ପାରାଦୀପ ଏବଂ କେନ୍ଦୁଝରରେ ୩୨ ଡିଗ୍ରୀ ଉରକ ପହଞ୍ଚିଛି ସର୍ବାଧିକ ତାପମାତ୍ରା । ବାଲେଶ୍ୱରରେ ୩୧.୮, ଚାନ୍ଦବାଲିରେ ୩୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।