ମୁମ୍ବାଇ ବନାମ ଚେନ୍ନାଇ: ରୋହିତଙ୍କ ଛକ୍କା, ଧୋନୀଙ୍କ ରେକର୍ଡ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ମହାମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ମୁମ୍ବାଇ ଇଣ୍ଡିୟାନକୁ ୨୦ ରନ୍‌ରେ ପରାଜିତ କରିଛି । ଟସ୍‌ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ଓଭରରେ ୨୦୬ ରନ୍‌ କଲା । ଚେନ୍ନାଇର ଅନ୍ତିମ ଓଭରଟି ଧୋନୀଙ୍କ କୁହୁକ ପାଇଁ ସ୍ମରଣୀୟ ହୋଇ ରହିଗଲା । ସେହିଭଳି ମୁମ୍ବାଇ ଟିମ୍‌ରେ ରୋହିତ ଶର୍ମାଙ୍କ ପାଳି ବେଶ ଚମକପ୍ରଦ ଥିଲା । ମୁକାବିଲାର ପରିଣାମ ତୁଳନାରେ ଧୋନୀ ଓ ରୋହିତଙ୍କ ବ୍ୟାଟିଂ ଦର୍ଶକଙ୍କୁ ବେଶି ଆମୋଦିତ କରିଥିଲା । ଚଳିତ ଆଇପିଏଲରେ ଏ ଯାଏ ୧୯ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଛି; ତା’ରି ଭିତରେ ୫ଟି ନୂଆ ରେକର୍ଡ ଦେଖିବାକୁ ମିଳିଛି ।

ଚେନ୍ନାଇ ବିପକ୍ଷରେ ରୋହିତ ୧୧ଟି ଚୌକା ଓ ୫ଟି ଛକା ବଳରେ ଶତକ ହାସଲ କରିଥିଲେ । ରୋହିତ ଟି-୨୦ କ୍ରିକେଟ୍‌ରେ ୫୦୦ଟି ଛକା ମାରିବାର ରେକର୍ଡ ହାସଲ କରିଛନ୍ତି । ଟି-୨୦ କ୍ରିକେଟ୍‌ ଦୁନିଆରେ ଏଭଳି ରେକର୍ଡ ହାସଲ କରିବାରେ ରୋହିତ ବିଶ୍ୱର ୫ମ ଖେଳାଳି ଓ ପ୍ରଥମ ଭାରତୀୟ ଖେଳାଳି । ଟି-୨୦ କ୍ରିକେଟ୍‌ ଦୁନିଆର ସର୍ବାଧିକ ୧୦୫୬ ଛକ୍କା ମାରି ଏକ ନମ୍ବରରେ ରହିଛି ୱେଷ୍ଟଇଣ୍ଡିଜ ।

ମୁମ୍ବାଇ ବିପକ୍ଷରେ ଧୋନୀ ମାତ୍ର ଚାରିଟି ବଲରୁ ୨୦ ରନ୍‌ ସଂଗ୍ରହ କରିବା ସହିତ ଚେନ୍ନାଇ ପାଇଁ ଧୋନୀ ସର୍ବାଧିକ ୫୦୦୦ ରନ୍‌ କରିବାର ମାଇଲଖୁଂଟ ସ୍ଥାପନ କରିଛନ୍ତି ।