ପୁଅ ପାଇଁ ବଳି ପଡିଲେ ସୁର

ସୁର ରାଉତରାୟ କଂଗ୍ରେସରୁ ୬ ବର୍ଷ ପାଇଁ ବାସନ୍ଦ...

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମୁଣ୍ଡରେ ଦଳବିରୋଧୀ ଅଭିଯୋଗ! ଦଳର ବିଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ୬ ବର୍ଷ ପାଇଁ ବାସନ୍ଦ କରାଯାଇଛି । କଂଗ୍ରେସର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ସର୍ବଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଦୁଇପୁଅଙ୍କୁ ଦୁଇଟି ଦଳରୁ ରାଜନୀତି ମଇଦାନକୁ ପଠାଇ ସୁରବାବୁ ତାଙ୍କର ଚତୁରତାର ପରିଚୟ ଦେଇଥିଲେ । ମାତ୍ର ଅତି ଚତୁରତାର ପ୍ରମାଣ ଦେବାକୁ ଯାଇ ତାଙ୍କୁ ବିଷ୍ଠା ଖାଇବାକୁ ପଡ଼ିବ ବୋଲି ଖୋଦ୍‌ ସୁରବାବୁ କଳ୍ପନା କରି ନଥିଲେ ।