ବ୍ରିକ୍ସ ସମ୍ମିଳନୀ: ଜୋହାନ୍ସବର୍ଗରେ ରାକ୍ଷୀ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ଅନୁଷ୍ଠିତ ପଂଚଦଶତମ ବ୍ରିକ୍ସ ମହାବୈଠକରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମଙ୍ଗଳବାର ସକାଳୁ ନୂଆଦିଲ୍ଲୀ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।

ସେଠାକାର ବିମାନବନ୍ଦରରେ ପାଦ ଦେବାକ୍ଷଣି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ ଶିପୋକୋସା ମୈଶାଟାଇଲ । ଭାରତର ବିଦେଶ ବ୍ୟାପାର ପ୍ରବକ୍ତା ଅରିନ୍ଦମ ବାଗଚି ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି । ଦକ୍ଷିଣ ଆଫ୍ରିକାର ପାରମ୍ପରିକ ନୃତ୍ୟ ପରିବେଷଣ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୂଳ ଭାରତୀୟ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭେଟଘାଟର ଆୟୋଜନ କରାଯାଇଥିଲା । ହୋଟେଲରେ ପହଂଚିବା ପରେ ଜଣେ ମୂଳ ଭାରତୀୟ ମହିଳା ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ମୋଦିଜୀ ସେଠାରେ ୨୪ ତାରିଖ ପର୍ଯ୍ୟନ୍ତ ଅଛନ୍ତି।

ରହଣି କାଳରେ ବ୍ରିକ୍‌ସ ଅନ୍ତର୍ଗତ କିଛି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ରହିଛି। ଏହା ପୂର୍ବରୁ ୨୦୧୮ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକା ଯାଇଥିଲେ । ବ୍ରିକ୍ସ ମହାବୈଠକରେ ଯୋଗଦାନ କରିବା ପାଇଁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଇତି ମଧ୍ୟରେ ଜୋହାନ୍ସବର୍ଗରେ ଅଛନ୍ତି। ଜୋହାନ୍ସସବର୍ଗରେ ମୋଦି-ଜିନପିଙ୍ଗ ଭେଟ ହୋଇଛନ୍ତି।