ରାକ୍ଷୀ ଲୋ ରାକ୍ଷୀ, ତୁ ରହିଲୁ ସାକ୍ଷୀ

ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନ ଶ୍ରାବଣ ପୂର୍ଣ୍ଣିମା

ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୩୦ (ବୁଧବାର) ପଡୁଛି । ସେଦିନଟିକୁ ଚାତକ ପରି ଅନାଇ ରହିଥାନ୍ତି ଭାଇ-ଭଉଣୀ । ଭାଇ ହାତରେ ରାଖି ବାନ୍ଧି ଦେଇ ଭଉଣୀ ଚିରକାଳ ରକ୍ଷାକବଚ କାମନା କରିବ । ଭଉଣୀର ମାନମହତ ରକ୍ଷା କରିବା ପାଇଁ ଭାଇ ପ୍ରତିଶ୍ରୁତି ପ୍ରଦାନ କରିବ । କେତେକ ସ୍ଥାନରେ ଭାଇ-ଭଉଣୀ ପରସ୍ପର ହାତରେ ରାଖି ବାନ୍ଧିଥାନ୍ତି । କାହିଁ କୋଉ କାଳରୁ ଏହି ପବିତ୍ର ପରମ୍ପରା ପ୍ରଚଳିତ ।

ଚଳିତ ଥର ରାଖି ବାନ୍ଧିବାର ଶୁଭ ମୁହୂର୍ତକୁ କେନ୍ଦ୍ର କରି ବହୁ ସନ୍ଦେହ ପ୍ରକାଶ ପାଇଛି । ରାଖି ପୂର୍ଣ୍ଣିମା ଦିନ ଭଦ୍ରାକାଳ ଯୋଗ ପଡୁଥିବାରୁ ସେହି ସମୟରେ ରାଖି ବାନ୍ଧିବା ଉଭୟ ଭାଇ-ଭଉଣୀ ପାଇଁ ଅଶୁଭଦାୟକ । ଅଗଷ୍ଟ ୩୦ ତାରିଖ ଦିନ ଅପରାହ୍ଣ ସାଢେ଼ ପାଂଚଟାରୁ ୬ଟା ୩୧ ମିନିଟ ଭିତରେ ଆରମ୍ଭ ହୋଇ ରାତି ୮ଟା ୧୧ ମିନିଟ ପର୍ଯ୍ୟନ୍ତ ଗତି କରିବ ।

ତେଣୁ ଭଦ୍ରାକାଳ ସରିଯିବା ପରେ ରାଖି ବାନ୍ଧିବା କାର୍ଯ୍ୟକ୍ରମ ଶୁଭଦାୟକ ରହିବ । ରାତି ୯ଟା ପରେ ରାଖି ବନ୍ଧା ପର୍ବ ଆରମ୍ଭ କରାଯାଇପାରେ । ପୂର୍ଣ୍ଣିମା ତିଥି ଅଗଷ୍ଟ ୩୦ ତାରିଖ ୧୦ଟା ୫୮ ମିନିଟରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖ ୭ଟା ୦୫ ମିନିଟ ପର୍ଯ୍ୟନ୍ତ ରହିବ ।