ଚିମ୍‌ନୀ ବ୍ଲାଷ୍ଟ୍‌: ୬ ଜଣ ଶ୍ରମିକଙ୍କର ପ୍ରାଣହାନି, ୨୦ ନିଖୋଜ

ଭାଟିର ଗୋଟିଏ ପାଖ ହଠାତ୍‌ ଧସିବା ଫଳରେ କିଛି ଶ୍ରମିକ ପୋତି ହୋଇ ଯାଇଛନ୍ତି….

ପାଟନା: ବିହାରର ରକ୍ସୋଲ ଅଂଚଳରେ ଏକ ଇଟାଭାଟି ଚିମ୍‌ନୀ ବିସ୍ଫୋରଣ ଘଟି ଅନ୍ୟୁନ ୬ ଜଣ ପ୍ରାଣ ହରାଇଛନ୍ତି । ୨୦ ଜଣଙ୍କର ଖୋଜଖବର ମିଳୁନାହିଁ । ୧୨ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ନିଖୋଜ ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛି । ନିଜେ ଇଟାଭାଟି ମାଲିକ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ରକ୍ସୋଲ ଅନ୍ତର୍ଗତ ରାମଗଡ଼ୱା ଥାନା ଅଧୀନସ୍ଥିତ ନରିରଗିର ଅଂଚଳରେ ଗୋଟିଏ ଇଟାଭାଟିରେ ନିଆଁ ଲଗାଇବା ମାତ୍ରେ ପ୍ରଚଣ୍ଡ ଶବ୍ଦ କରି ଫାଟିଥିଲା । ଭାଟିର ଗୋଟିଏ ପାଖ ହଠାତ୍‌ ଧସିବା ଫଳରେ କିଛି ଶ୍ରମିକ ପୋତି ହୋଇ ଯାଇଛନ୍ତି । ଅଗ୍ନିଶମ ବାହିନୀ କର୍ମଚାରୀମାନେ ପୋତି ହୋଇ ରହିଥିôବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ଦୁର୍ଘଟଣା ଘଟିବା ସମୟରେ ଭାଟି ନିକଟରେ ୫୦ ଜଣ ଶ୍ରମିକ କାମ କରୁଥିଲେ ।