ମହାକାଶରେ ନିୟନ୍ତ୍ରଣ ହରାଇଲା ଚୀନ ରକେଟ

ନୂଆଦିଲ୍ଲୀ: ଚୀନର ଏକ ରକେଟର ଧ୍ୱଂସାବଶେଷ ଆଗାମୀ କିଛି ଦିନ ଭିତରେ ପୃଥିବୀକୁ ଖସିଯିବାକୁ ଯାଉଛି । ଚୀନ୍‌ର ଏହି ରକେଟର ଧ୍ୱଂସାବଶେଷ ଯେତେବେଳେ ଖସିବ ଦୁନିଆର ଏକ ବଡ଼ ଅଂଶକୁ ପ୍ରଭାବିତ କରିପାରେ । କାଲିଫର୍ନିଆର ଏକ ଅଣଲାଭକାରୀ ସଂସ୍ଥା ଏରୋସ୍ପେସ କର୍ପୋରେଟ ଅନୁଯାୟୀ ଚୀନ ପକ୍ଷରୁ ୨୪ ଜୁଲାଇରେ ଲଞ୍ଚ କରାଯାଇଥିବା ଲଙ୍ଗ ମାର୍ଚ୍ଚ ୫ବି ରକେଟର ଏକ ଅଂଶ ୩୧ ଜୁଲାଇ ରେ ଅନିୟନ୍ତ୍ରିତ ଭାବରେ ପୃଥିବୀରେ ଖସିପାରେ କରିବ । ଉଲ୍ଲେଖନୀୟ ଯେ,ଏହି ବୁ ଏରୋସ୍ପେସର ପୂର୍ବାନୁମାନ ଅନୁଯାୟୀ, ଆମେରିକା ସହିତ ଆଫ୍ରିକା, ବ୍ରାଜିଲ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଭଳି ଦେଶରେ ଏହି ରକେଟର ଧ୍ୱଂସାବଶେଷ ପଡିବାର ସମ୍ଭାବନା ରହିଛି । ତେବେ ଚୀନ ଏହି କଥାକୁ ଖୋଲାଖୋଲି ଭାବେ ଖାରଜ କରିଛି ।