ଜିମ୍‌ ନୁହେଁ ସିନେମା ହଲ୍‌: ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟର ଚିଫ୍‌ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ପିଏସ୍‌ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ..

ନୂଆଦିଲ୍ଲୀ: ଲୋକମାନେ ସାଙ୍ଗରେ ଖାଦ୍ୟପଦାର୍ଥ ଧରି ସିନେମା ହଲ୍‌କୁ ଯାଇପାରିବେ କି ନା’, ଏହିପରି ଏକ ମାମଲାର ବିଚାର କରିଛନ୍ତି ସୁପ୍ରିମକୋର୍ଟ । ବାଦୀ ଓ ପ୍ରତିବାଦୀଙ୍କ ଯୁକ୍ତିକୁ ଧ୍ୟାନର ସହ ଶୁଣିବା ଭିତରେ ଜଷ୍ଟିସ୍‌ ପଚାରିଥିଲେ, ଆମେମାନେ ହାତରେ ଜିଲାବୀ ଧରି ସିନେମା ହଲ୍‌ ଭିତରକୁ ଯିବା ଉଚିତ୍‌ ହେବ କି?

ସିନେମା ହଲ ଓ ମଲ୍ଟିପ୍ଲେକ୍ସ ମାଲିକମାନେ ଦର୍ଶକଙ୍କ ପାଇଁ ଲିଖିତ ନୀତି ନିୟମାବଳୀ ଜାରି କରିବା ଦରକାର । ବିଶେଷ କରି କୋଉ ପ୍ରକାର ଖାଦ୍ୟ ସାମଗ୍ରୀ ଧରି ଲୋକମାନେ ପ୍ରେକ୍ଷାଳୟ ଭିତରକୁ ଯାଇପାରିବେ । ମୃଦୁ ପାନୀୟ ପ୍ରେକ୍ଷାଳୟ ଭିତରେ ପିଇପାରିବେ । ସେ ସଂପର୍କୀତ ନିର୍ଦ୍ଧାରିତ ସୂଚୀ ପ୍ରେକ୍ଷାଳୟ କାନ୍ଥରେ ଲଗାଯିବା ଜରୁରୀ ।

ସୁପ୍ରିମକୋର୍ଟର ଚିଫ୍‌ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ପିଏସ୍‌ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ରାୟକୁ ନାକଚ କରି ଦେଇଛନ୍ତି । ସିନେମା ହଲ ଭିତରକୁ ଖାଦ୍ୟପଦାର୍ଥ ଓ ମୃଦୁ ପାନୀୟ ନେବା ପ୍ରସଙ୍ଗରେ ଜମ୍ମୁ-କଶ୍ମୀର ହାଇକୋର୍ଟ କଟକଣା ଲାଗୁ କରିଥିଲେ । ସୁପ୍ରିମକୋର୍ଟ ତାଙ୍କ ରାୟରେ ଜଣାଇଛନ୍ତି, ସିନେମା ହଲ ଜିମ୍‌ଖାନା ନୁହେଁ ଯେ ସାଙ୍ଗରେ କେବଳ ସ୍ୱାସ୍ଥ୍ୟକର ଖାଦ୍ୟସାମଗ୍ରୀ ଧରି ପ୍ରବେଶ କରିବ । ସିନେମା ହଲ୍‌ ଏକ ବ୍ୟକ୍ତିଗତ ସଂପତି । ସିନେମା ହଲ ଏକ ମନୋରଞ୍ଜନ କେନ୍ଦ୍ର । ସିନେମା ହଲ ମାଲିକ ତାଙ୍କ ସୁବିଧା ମୁତାବକ ନିୟମାବଳୀ ଲାଗୁ କରିବେ ।

ଦର୍ଶକମାନେ ସାଙ୍ଗରେ ଠେଙ୍ଗାବାଡ଼ି, ମାରଣାସ୍ତ୍ର ଓ ବନ୍ଧୁକ ରିଭଲଭର ଧରି ପ୍ରେକ୍ଷାଳୟ ଭିତରକୁ ପ୍ରବେଶ କରିପାରିବେ ନାହିଁ । ସିନେମା ହଲ୍‌ରେ ଜାତି, ଧର୍ମ, ଲିଙ୍ଗଗତ, ସମ୍ପ୍ରଦାୟ ଆଧାରିତ ପାତର ଅନ୍ତର ନୀତିକୁ ହଟାଇବା ଭଳି ନିଷ୍ପତି ଠିକ୍‌ । କିନ୍ତୁ ବାହାରୁ ଯେକୌଣସି ଖାଦ୍ୟପଦାର୍ଥ ଧରି ହଲ୍‌ ଭିତରକୁ ପ୍ରବେଶ କରିବା ପାଇଁ ହାଇକୋର୍ଟ ଅନୁମତି ଦେଇପାରିଲେ କେମିତି?
ସିନେମା ହଲଟି ମନୋରଞ୍ଜନ କେନ୍ଦ୍ର ହୋଇଥିବାରୁ ବିଶୁଦ୍ଧ ପାନୀୟ ଓ ମୁକ୍ତ ଖାଦ୍ୟ ସେବନକୁ କେହି ବାରଣ କରି ପାରିବେନି । ସିନେମା ହଲରେ ଚଳଚ୍ଚିତ୍ର ଦେଖିବା ନଦେଖିବା ଦର୍ଶକଙ୍କ ଇଚ୍ଛାଧୀନ ମାମଲା ।