ଭାରତରେ କରୋନା ସଂକ୍ରମଣ ୮୯ ଲକ୍ଷ ପାର

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୩୮ ହଜାର ୬୧୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ଏହାକୁ ନେଇ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୯ ଲକ୍ଷ ଟପିଯାଇଛି ଓ ୪୭୪ ଜଣ ମୃତ୍ୟୁବରଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।

ଭାରତରେ ମୋଟ ସଂକ୍ରମିତ ସଂଖ୍ୟା୮୯୧୨୯୦୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୪୪୬୮୦୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୦୯୯୩କୁ ବୃଦ୍ଧି ପାଇଛି । ସେହିପରି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୩୩୫୧୦୯ ରେ ପହଞ୍ଚିଛି । ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୫୫ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୩.୩୭ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ।