ଆଜି ରାଜ୍ୟରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ଏସ୍ ନ୍ୟୁଜ): ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା୨୦ ତାରିଖରୁ ଆରମ୍ଭ ହେବ । ଏହାପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ।

କରୋନା ମହାମାରୀ ସମୟରେ ଏଥର ଶୀତ ଅଧିବେଶନ ପରିଚାଳନା କିପରି ହେବ, ସେନେଇ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭା ପରିସରରେ ସବୁ ଦଳର ପ୍ରତିନିଧିଙ୍କ ସହ ବାଚସ୍ପତି ଆଲୋଚନା କରିବେ। ଶୀତ ଅଧିବେଶନରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ କି ନାହିଁ, ସେନେଇ ମତ ନିଆଯିବ।