୧୦୦ ଭାଷାର ଇଂରାଜୀ ଅନୁବାଦ ପାଇଁ ଫେସବୁକର ନୂଆ ସଫ୍ଟଓ୍ବେୟାର

ନୂଆଦିଲ୍ଲୀ : ଫେସବୁକ ଏକ ନୂଆ ସଫ୍ଟଓ୍ବେୟାର ଲଞ୍ଚ କରିଛି। ଏହା ଏକ ମେସିନ ଲଣ୍ଣିଂ ଆଧାରିତ ସଫ୍ଟଓ୍ବେୟାର ଯାହା ୧୦୦ ଭାଷାର ଇଂରାଜୀ ଅନୁବାଦ କରିବାକୁ ସକ୍ଷମ। ଏହା ସୋସିଆଲ ମିଡିଆରେ ୧୬୦ରୁ ଅଧିକ ଭାଷାର କଣ୍ଟେଣ୍ଟକୁ ୟୁଜରଙ୍କ ଭାଷାରେ ଅନୁବାଦ କରିପାରିବ। ଫେସବୁକର କହିବା କଥା ଏହି ସଫ୍ଟଓ୍ବେୟାରର ଦୁଇ ଆରବରୁ ଅଧିକ ୟୁଜର ଲାଭ ଉଠାଇପାରିବେ। ଏହି ନୂଆ ଅନୁବାଦ ଟୁଲ ଅନ୍ୟ ଅନୁବାଦ ଟୁଲ ଠାରୁ ବହୁ ଗୁଣ ଉନ୍ନତ।

ସାଧାରଣତଃ ଚାଇନିଜ ଭାଷାକୁ ଫ୍ରେଞ୍ଚ ଲାଙ୍ଗୁଏଜରେ ଟ୍ରାନ୍ସଲେଟ୍ କରିବାକୁ ହେଲେ ଅଧିକାଂଶ ସଫ୍ଟଓ୍ବେୟାର ପ୍ରଥମେ ଚାଇନିଜ ଭାଷାକୁ ଇଂରାଜୀରେ ଅନୁବାଦ କରନ୍ତି ଓ ପୁଣି ଇଂରାଜୀରୁ ଫ୍ରେଞ୍ଚ ଭାଷାରେ ଅନୁବାଦ କରନ୍ତି। ଏହାର କାରଣ ହେଉଛି ଇଂରାଜୀ ଟର୍ନିଙ୍ଗ ଡାଟା ସହଜରେ ମିଳିଥାଏ।

ଫେସବୁକର ଏ ମଡେଲ ଚାଇନିଜ ଭାଷାକୁ ସିଧା ଫ୍ରେଞ୍ଚରେ ଅନୁବାଦ କରିପାରିବ। ନ୍ୟୁଜ ଫିଡରେ ଯେଉଁ ଭାଷା ଥାଏ ସେଥିରୁ ପ୍ରାୟ ୨୦ ଆରବ କଣ୍ଟେଣ୍ଟ ୟୁଜର ଲାଙ୍ଗୁଏଜରେ ଟ୍ରାନସଲେଟ୍ କରାଯାଏ। ଏବେ ଏହି ନୂଆ ଟୁଲରେ ଫେସବୁକ ଅନୁବାଦ ଠିକ୍ ଆସିବ। ଫେସବୁକର ଏହି ନୂଆ ଟୁଲର ନାଁ ରହିଛି ‘facebookM2M-100’।