ସଡକ ଦୁର୍ଘଟଣାରେ ଚାଲିଗଲା ୪ଜଣଙ୍କ ଜୀବନ

ହାଇଦ୍ରାବାଦ: ତେଲେଙ୍ଗାନାର ମଲାକୋଣ୍ଡରରେ ସଡକ ଦୁର୍ଘଟଣାରେ ସଡକ ଦୁର୍ଘଟଣା ଚାଲିଗଲା ୪ଜଣଙ୍କ ଜୀବନ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ କାରଟି ଦ୍ରୁତ ଗତିରେ ଆସି ଏକ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୪ ଜଣ ମୃତ୍ୟୁବରଣ କରିବା ସହ ଜଣଙ୍କର ଅବସ୍ଥା ଗୁରୁତର ଅଛି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଚିକିତ୍ସା କରାଯାଉଛି । ଏନେଇ ଏହି ଦୁର୍ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।