ଶ୍ରେୟସଙ୍କୁ ନେଇପାରେ ମୁମ୍ବାଇ ଇଣ୍ଡିଆନ୍ସ!

କାନପୁର: କାନପୁରରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟରେ ଶ୍ରେୟସ ଆୟର ଶତକ ହାସଲ କରି ସମସ୍ତଙ୍କ ନଜରକୁ ଆସିଛନ୍ତି । ଆଇପିଏଲ ନିଲାମ ପ୍ରକ୍ରିୟାରେ ଶ୍ରେୟସ ଆୟର ଭାଗ ନେଇପାରନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶ୍ରେୟସଙ୍କୁ ଲକ୍ଷେ୍ନø ଓ ଅହମ୍ମଦାବାଦ ଟିମ୍‌ ଯୋଗାଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ନଜରରେ ରହିଛନ୍ତି ଶ୍ରେୟସ । ଅନ୍ୟପକ୍ଷରେ କଏଲ ରାହୁଲ ଓ ଶିଖର ଧାୱନ ମଧ୍ୟ ଲକ୍ଷେ୍ନø ଟିମରେ ସାମିଲ ହୋଇପାରନ୍ତି । ଆଇପିଏଲ ୨୦୨୨ ପୂର୍ବରୁ ମେଗା ଅକ୍ସନ ହେବ । ସବୁ ଟିମ୍‌ ୪ ଖେଳାଳିଙ୍କୁ ରିଟେନ୍‌ କରିପାରିବେ । ଏଥିରେ ୩ ଜଣ ଭାରତୀୟ ଓ ୨ଜଣ ବିଦେଶୀ ଖେଳାଳି ରହିବେ । ୪ ଖେଳାଳିଙ୍କୁ ରିଟେନ୍‌ କରିବା ଖର୍ଚ୍ଚ ୪୨ କୋଟି ହେବ ବୋଲି ଜଣାପଡିଛି ।