ଟାଙ୍ଗୀରେ ବସ ଦୁର୍ଘଟଣା ଘଟଣା : ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟାଙ୍ଗୀ ବେଲପଡ଼ା ଛକରେ ପିକ୍‌ନିକ ବସ୍‌ ଦୁର୍ଘଟଣା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୨୦ଜଣ ଏକ ବସ ଯୋଗେ ତୀର୍ଥ ଭ୍ରମଣରେ ଆସିଥିଲେ । ସମସ୍ତେ ଘଟଗାଁ ତାରିଣୀ ପୀଠରୁ ବୁଲି ଘରକୁ ଫେରୁଥିବା ବେଳେ ଏହି ଅଘଟଣା ଘଟିଥିଲା । ଖୋର୍ଦ୍ଧା ବାଲୁଗାଁ ଓଭରବ୍ରିଜ ନିକଟରେ ବସଟି ଅଟକି ରହି ଯାତ୍ରୀମାନେ ପରିସ୍ରା କରିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଥିଲେ । ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।