ଟ୍ରେନ ଧକ୍କାରେ ୪ ଯୁବକ ମୃତ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ସେଲ୍ଫି ନେବାବେଳେ ୪ଜଣ ଯୁବକ ଟ୍ରେନ ତଳକୁ ଖସି ପ୍ରାଣ ହରାଇଛନ୍ତି । ଉକ୍ତ ୪ ଯୁବକ ଏକ ଏକ୍ସପ୍ରେସ ଘେରରେ ଫସି ଯାଇଥିଲେ । ଘଟଣାସ୍ଥଳରେ ଜିଆରପିସି ପୁଲିସ ପହଞ୍ଚି ମୃତ ଯୁବକଙ୍କ ଶବ ଘଟଣାସ୍ଥଳରୁ ଉଦ୍ଧାର କରିଛି । ଏହି ଘଟଣାଟି ଧନକୋଟ ରେଲୱେ ଷ୍ଟେସନ ପାଖରେ ଘଟିଛି ।

ସୂଚନାଯୋଗ୍ୟ ପୂର୍ବରୁ ପଶ୍ଚିମବଙ୍ଗରେ ସେଲ୍ଫି ନେବା ସମୟରେ ଏହିଭଳି ଘଟଣା ଘଟିଥିଲ ।