ରାଜସ୍ଥାନ ରୟାଲ୍‌ସକୁ ହରାଇଲା ଗୁଜରାଟ ଟାଇଟାନ୍‌ସ

ଜୟପୁର : ରସିଦ ଖାନ ଓ ନୂର ଅହମ୍ମଦଙ୍କ ଘାତକ ବୋଲିଂ ପରେ ରିଦ୍ଧିମାନ ସାହ, ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ଟାଇଟାନ୍‌ସ ଚଳିତ ଆଇପିଏଲରେ ସପ୍ତମ ବିଜୟ ହାସଲ କରିଛି। ଶୁକ୍ରବାର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯାଉଥିବା ୪୮ତମ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ୯ ୱିକେଟରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଛି।

ଏଥି ସହିତ ଗୁଜରାଟ ରାଜସ୍ଥାନ ବିପକ୍ଷ ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି। ଗୁଜରାଟ ୧୦ଟି ମ୍ୟାଚରୁ ସପ୍ତମ ବିଜୟ ସହ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ରାଜସ୍ଥାନ ପଞ୍ଚମ ପରାଜୟ ବରଣ କରିଛି।