ବିକୃତ ମାନସିକତା ନୁହେଁ ସମଲିଙ୍ଗି ଯୌନସମ୍ଭୋଗ

ଡଲଫିନ୍‌, ଗରିଲା ଓ ଜିରାଫ ରଖନ୍ତି ସମଲିଙ୍ଗି ଯୌନ ସଂପର୍କ….

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ସର୍ବାଧିକ ମୁସଲିମ ପରିବାର ରହନ୍ତି । ତେଣୁ ସେଠାରେ ସାରିଆ ଆଇନର ଦବଦବା ରହିଛି । ସେହି ଅଂଚଳର ଝିଅ ରେଶମା ଓ ସାଜିୟା । ଦୁହେଁ ପିଲାଦିନରୁ ଘନିଷ୍ଠ ବାନ୍ଧବୀ । ଜଣେ ଅନ୍ୟକୁ ଘଡ଼ିଏ ଛାଡ଼ିବାକୁ ନାରାଜ । ଦୁହେଁ ଗୋଟିଏ ବିଡ଼ି କମ୍ପାନୀରେ କାମ କରନ୍ତି । ଦିନେ ସାଜିୟା ରେଶମା ଘରେ ରାତିଟିଏ କଟାଇଥିଲା । ଦୁହେଁ ଗୋଟିଏ ରୁମରେ ଶୋଇଥିଲା ବେଳେ ହଠାତ୍‌ ତିନିଜଣ ଲୋକ କବାଟ ଭାଙ୍ଗି ସେମାନଙ୍କ ରୁମରେ ପଶିଲେ ।

ଦୁହିଁଙ୍କ ଭିତରେ ସମଲିଙ୍ଗି ସଂପର୍କ ଥିବା କଥା କହି ତତଲା ଲୁହାକୁ ସେମାନଙ୍କ ଗୁପ୍ତାଙ୍ଗରେ ପୁରାଇଦେଲେ । ଦୁହିଁଙ୍କୁ ବଳାକ୍ରାର ପାଇଁ ଉଦ୍ୟମ କରାଯାଇଥିବାର ଅଭିଯୋଗ ଥାନାରେ କରାଯାଇଛି । ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟ ଦୁଇଜଣଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଭାରତରେ ସମଲିଙ୍ଗି ଯୌନସଂପର୍କକୁ ଆଇନ ଦୃଷ୍ଟିରୁ ଧର୍ତବ୍ୟ ଅପରାଧ ଗଣାଯାଉଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଫଳରେ ସମଲିଙ୍ଗି ସହବାସକୁ ସ୍ୱୀକୃତି ଦିଆଯାଇଛି ।

ଏବେ କିନ୍ନର ସମୁଦାୟକୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ପୂର୍ବରୁ ଭାରତରେ ଲୁଚାଚୋରାରେ ସମଲିଙ୍ଗି ସହବାସ ଚାଲିଥିଲା । ମାତ୍ର ଏବେ ସବୁକିଛି ଖୋଲାଖୋଲି ଚାଲିଛି । ପୁଅ-ପୁଅ ଓ ଝିଅ-ଝିଅ ଏକାଠି ରହୁଥିବାର ଦେଖିବାକୁ ମିଳୁଛି । ବିଶେଷ କରି ହଷ୍ଟେଲଗୁଡ଼ିକରେ ବେଧଡ଼କରେ ପୁଅ-ପୁଅ ଓ ଝିଅ-ଝିଅ ଭିତରେ ଯୌନ ସଂପର୍କ ଚାଲିଛି । କଥା ଉଠୁଛି, ସମଲିଙ୍ଗି ସହବାସ ଏକ ବିକୃତ ମାନସିକତା ନା ପ୍ରକୃତିର ଅବଦାନ ।

ବହୁ ପ୍ରତିଷ୍ଠିତ କବି, ଲେଖକ, ସାହିତ୍ୟିକ, ରାଜନେତା, ଅଭିନେତା, ଅଭିନେତ୍ରୀ ସମଲିଙ୍ଗି ସହବାସରେ ଲିପ୍ତ ଥିବାର ଶୁଣିବାକୁ ମିଳେ । ବୁଦ୍ଧିଜୀବୀମାନେ ଅଧିକାଂଶ ସମୟରେ ସମଲିଙ୍ଗି ଯୌନସଂପର୍କକୁ ଯୁକ୍ତିସଙ୍ଗତ କହିଛନ୍ତି । ସମଲିଙ୍ଗି ଯୌନସଂପର୍କକୁ ବିଭିନ୍ନ ଧର୍ମଗ୍ରନ୍ଥରେ ନାନା ରୂପ ଦିଆଯାଇଛି । ଇସଲାମ ଧର୍ମର ଗୋଟିଏ ଗୋଷ୍ଠୀ ସମଲିଙ୍ଗି ସହବାସକୁ କଡ଼ା ବିରୋଧ କରିଥିଲା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ସମର୍ଥନ କରିଛି । ଉଭୟ ଗୋଷ୍ଠୀ କୋରାନକୁ ଦ୍ୱାହି ଦେଇ ଦୁଇ ପ୍ରକାର ମତ ଦେଇଛନ୍ତି ।

ଜଣେ କହିଛନ୍ତି, ଆମ ଧର୍ମଗ୍ରନ୍ଥରେ ମୁସଲିମ ମହିଳାଙ୍କ ମୁହଁକୁ ସିଧା ଅନାଇବା ମନା ଥିଲାବେଳେ ସମଲିଙ୍ଗି ଯୌନ ସଂପର୍କ କଥା ଆସିବ କୁଆଡୁ? ମାତ୍ର ଆଉ ଜଣେ ମୁସଲିମ ଧାର୍ମିକ ପ୍ରବଚକ କହିଛନ୍ତି, କୋରାନରେ ନିଃସଙ୍ଗ ଜୀବନ ଯାପନକୁ ମନା କରାଯାଇଛି । ପୁରୁଷ କି ମହିଳା ହୁଅନ୍ତୁ, ମନ ମୁତାବକ ସାଥୀଟିଏ ବାଛି ସାରା ଜୀବନ ରହିବାକୁ କୁହାଯାଇଛି । ମନୁ ସଂହିତାରେ ସମଲିଙ୍ଗି ଯୌନସଂର୍ପକକୁ ମହା ଅପରାଧ ଦର୍ଶାଇ ଉଭୟ ଜୋରିମାନା ଓ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । କିନ୍ତୁ ହିନ୍ଦୁ ଦେବାଦେବୀ ମନ୍ଦିର ଗାତ୍ରରେ ଖୋଦିତ କାମକଳାକୁ ଦେଖିଲେ, କାହିଁ କେଉଁ ଅମଳରୁ ହିନ୍ଦୁ ସମାଜରେ ସମଲିଙ୍ଗି ଯୌନସଂପର୍କ ରହିଥିବାର ପ୍ରମାଣ ଦେଖିବାକୁ ମିଳେ ।

ଖ୍ରୀଷ୍ଟିଆନ୍‌ ସମାଜ ଭିତରେ ସମଲିଙ୍ଗି ସହବାସକୁ କେନ୍ଦ୍ର କରି ଦୁଇ ପ୍ରକାର ମତବାଦ ପ୍ରକାଶ ପାଇଛି । ଗୋଟିଏ ଗୋଷ୍ଠୀ ସମଲିଙ୍ଗି ସଂପର୍କକୁ ତୀବ୍ର ସମାଲୋଚନା କରିଛି ତ ଆଉ ଗୋଟିଏ ଗୋଷ୍ଠୀ ସମର୍ଥନ କରିଛି । ଏପରିକି କିଛି ଖ୍ରୀଷ୍ଟିଆନ ପାଦ୍ରୀ ଓ ପୂଜକ ସମଲିଙ୍ଗି ଯୌନ ସମ୍ଭୋଗ କଥା ପ୍ରଘଟ ହୋଇଛି । ପଶୁୂ ସମାଜରେ ମଧ୍ୟ ସମଲିଙ୍ଗି ସହବାସ ଚାଲିଛି । ଜିରାଫ, ଡଲଫିନ୍‌, ସିଂପାଜୀ ପ୍ରଭୃତି ପ୍ରାଣୀ ସମାଜରେ ସମଲିଙ୍ଗି ଯୌନସଂପର୍କ ରହିଛି ।

ପ୍ରତି ୧୦ଟି ଜିରାଫ ଭିତରୁ ୯ଟି ସମଲିଙ୍ଗି ସହବାସ କରିଥାନ୍ତି । ଅଧିକାଂଶ ପୁରୁଷ ଡଲଫିନ ସମଜାତିର ଡଲଫିନ ସହ ସହବାସ କରନ୍ତି । କେବଳ ସନ୍ତାନ ଅଭିଳାଷରେ ମାଈ ଡଲଫିନକୁ ସମ୍ଭୋଗ କରନ୍ତି । ପୁରୁଷ ମାଛି ଲିଙ୍ଗ ଠଉରାଇ ନପାରି ଅଧିକାଂଶ ପୁରୁଷ ମାଛି ସହିତ ଯୌନକ୍ରୀଡ଼ାରେ ମାତିଥାନ୍ତି । ମୋଟ ଉପରେ କହିଲେ, ପ୍ରାଣୀ ସମାଜରେ ସମଲିଙ୍ଗି ଯୌନସଂପର୍କ ଏକ ସହଜାତ ପ୍ରବୃତି ।