୪ଦଶନ୍ଧିର ଅପେକ୍ଷାରେ, ଭାରତର ହକିରେ ଐତିହାସିକ ବିଜୟ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ଦମଦାର ବିଜୟ ପରେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଅଲମ୍ପିକରେ ୪୧ ବର୍ଷ ପରେ ଭାରତ ପୁରୁଷ ହକି ଟିମ୍ ପାଇଲା ପଦକ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ଦଳ । ସିମରନଜିତ୍ ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଛନ୍ତି । ସେହିଭଳି ହରମନପ୍ରୀତ, ହାର୍ଦ୍ଦି, ରୁପିନ୍ଦର ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି । ଭାରତ ପାଇଁ ଆଜି ଐତିହାସିକ ଦିନ। ଭାରତୀୟ ପୁରୁଷ ହକି ଟିମ ପାଇଁ ଭାରତ ଆଜି ଗର୍ବିତ । ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି ହକି ଟିମ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜଣାଇଛନ୍ତି।

ସେହିପରି ଭାରତୀୟ ପୁରୁଷ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜିର ଐତିହାସକ ବିଜୟ ଭାରତୀୟ ହକି ପାଇଁ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ରାଷ୍ଟ୍ରପତି ଟ୍ବିଟକରି କହିଛନ୍ତି ।

ଅଲିମ୍ପିକ୍ସରେ ଚମତ୍କାର ବିଜୟ ପାଇଁ ବହୁତ ଖୁସି ସହ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ପୁରୁଷ ହକି ଟିମ୍‌ର ଆଜିର ବିଜୟ ଭବିଷ୍ୟତ ପିଢ଼ିର ଖେଳାଳିଙ୍କୁ ଉତ୍ସାହିତ କରିବ ବଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି। ଟ୍ବିଟରେ ମଧ୍ଯ ବ୍ରିଲିଆଣ୍ଟ- ଇନ୍-ବ୍ଲୁ ଲେଖି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭାରତ ପାଖରେ ଜବାବ ଦେବାକୁ ସୁଯୋଗ ଥିଲେ ଅଳ୍ପକେ ଟିମ ହାତରୁ ଗୋଲ ଖସିଥିଲା । ପରେ ଭାରି ପଡିଥିଲା ଜର୍ମାନୀ । ସେ ବି ଲଗାତାର ଦୁଇଟି ଗୋଲ ଟକ୍କର ବରାବର କରିଥିଲେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଜମାନୀ ଉପରେ ଭାରି ପଡିଥିଲା । ଲଗାତାର ଦୁଇଟି ଗୋଲ ଦେଇ ୫-୪ ଗୋଲରେ ବିଜୟ ହାସଲ କରିଥିଲା ଭାରତ। ପ୍ରଥମ ହାପରେ ସିମନରନ ଜିତ୍ ଜର୍ମାନୀକୁ କଡା ଟକର ଦେଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ରୁପିନ୍ଦର ଦଳ ପାଇଁ ଗୋଲ ଦେଇ ଦଳକୁ ବିଜୟ ଦେଇଥିଲେ ।