ଜନ ସୁରକ୍ଷା ଯୋଜନା ଲୋକଙ୍କୁ ଏକ ପ୍ରଭାବଶାଳୀ ସାମାଜିକ ସୁରକ୍ଷାକବଚ ପ୍ରଦାନ କରିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା ଯୋଜନାର ୮ ବର୍ଷ ପୂର୍ତ୍ତି ଅବସରରେ ଏହାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଅର୍ଥ ମନ୍ତ୍ରଣାଳୟର ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଜନ ସୁରକ୍ଷା ଯୋଜନା କୋଟି କୋଟି ଭାରତୀୟଙ୍କ ପାଇଁ ଏକ ମଜଭୁତ ସମର୍ଥନର ସ୍ରୋତ ହୋଇଛି । ଏହା ଲୋକଙ୍କୁ ଏକ ପ୍ରଭାବୀ ସାମାଜିକ ସୁରକ୍ଷା କବଚ ପ୍ରଦାନ କରିଛି । ସମସ୍ତ ହିତାଧିକାରୀଙ୍କୁ ମୋର ଶୁଭକାମନା’ ।