ଆଇଟିଆଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ କଲେଜ କ୍ୟାମ୍ପସରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।  ମୃତକ ମଞ୍ଚେଶ୍ୱରସ୍ଥିତ ସିପେଟ ଆଇଟିଆଇର ଇଲେକଟ୍ରିକାଲ ଛାତ୍ର। ତାଙ୍କ ନାଁ ରୁଦ୍ର ମାଧବ ରଣା। ମୃତ ଛାତ୍ରଙ୍କ ଘର କେଉଁଝର ଅଞ୍ଚଳରେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଙ୍ଗସାଥୀ ଓ କଲେଜର ଅଧ୍ୟାପକଙ୍କୁ ପୁଲିସ ପଚରାଉଚରା କରୁଛି।