ବାତ୍ୟା ‘ମୋଚା’ ପାଇଁ ପଶ୍ଚିମବଙ୍ଗ ପ୍ରସ୍ତୁତ ; ଦିଘାକୁ ଜଗି ରହିଛନ୍ତି ଏନଡିଆରଏଫ୍ ଟିମ୍

ନୂଆଦିଲ୍ଲୀ : ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବାତ୍ୟା ମୁକାବିଲା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଆଜି ଦୀଘା ସି ବିଚ୍ ରେ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ପଶ୍ଚିମବଙ୍ଗ ଦିଘାରେ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫୋର୍ସର ଆଠଟି ଦଳ ମୁତୟନ କରାଯାଇଛି । ୨୦୦ ଉଦ୍ଧାରକାରୀଙ୍କ ସହ ୧୦୦ ଜଣ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିୟୋଜିତ କରାଯାଇଛି ।