ଅକ୍ସିଜେନ ଓ ଭେଂଟିଲେଟର ପ୍ରସ୍ତୁତ ରଖ : କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ

କରୋନା ଲହର ଆରମ୍ଭ ହେବା ପୂର୍ବରୁ ରାଜ୍ୟ ଗୁଡ଼ିକୁ ସଜାଗ…

ନୂଆଦିଲ୍ଲୀ: କରୋନା ଲହର ଆରମ୍ଭ ହେବା ପୂର୍ବରୁ ରାଜ୍ୟ ଗୁଡ଼ିକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ବର୍ତ୍ତମାନ ଦେଶରେ କରୋନା ମାମଲା ଅଳ୍ପ ଚିହ୍ନଟ ହେଉଥିଲେ ମଧ୍ୟ ସଜାଗ ରହିବାକୁ ପଡ଼ିବ ବୋଲି କୁହାଯାଇଛି । ଡାକ୍ତରଖାନା ଗୁଡ଼ିକରେ ଅକ୍ସିଜେନ୍‌ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି । ଭବିଷ୍ୟତରେ କିଛି ଚ୍ୟାଲେଞ୍ଜ ଆସିଲେ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ରାଜ୍ୟ ମାନଙ୍କରେ ଅକ୍ସିଜେନ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି । ତାହା ସହ ଅକ୍ସିଜେନ ଯୋଗାଣ ଓ ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି ।