କେଜ୍ରିୱାଲଙ୍କ ମୁହଁକୁ ଅନାଇ ପାରିଲେନି ମୋଦୀ

ମନୋନୀତ ସଭ୍ୟଙ୍କ ବଳରେ କିଛିଦିନ ପାଇଁ ଦିଲ୍ଲୀ ମେୟର ଆସନଟିକୁ …..

ନୂଆଦିଲ୍ଲୀ: ମନୋନୀତ ସଭ୍ୟଙ୍କ ବଳରେ କିଛିଦିନ ପାଇଁ ଦିଲ୍ଲୀ ମେୟର ଆସନଟିକୁ ଜାବୁଡ଼ି ରଖିଥିଲା ବିଜେପି । ମାତ୍ର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମନୋନୀତ ସଭ୍ୟମାନଙ୍କର ମତଦାନ ଅଧିକାର ଚାଲିଗଲା । ପରିଣାମ ସ୍ୱରୂପ ଦିଲ୍ଲୀ ମେୟର ଆସନଟି ଆମ୍‌ ଆଦ୍‌ମୀ ପାର୍ଟି ହାତକୁ ଚାଲିଗଲା । ମେୟର ନିର୍ବାଚନ ଆରମ୍ଭରୁ ମନୋନୀତ ସଭ୍ୟଙ୍କ ମତଦାନ ଅଧିକାରକୁ ପ୍ରତିବାଦ କରୁଛି ଆମ୍‌ ଆଦ୍‌ମୀ ପାର୍ଟି । ବାସ୍ତବ ସ୍ଥିତିକୁ ଭଲ କରି ଜାଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; କିନ୍ତୁ ଦଳ ପ୍ରତି ଅଧିକ ମୋହ ତାଙ୍କୁ ଅପଦସ୍ତ କଲା।

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ହାତକୁ ମେୟର ପଦବୀ ଚାଲିଗଲା । ଆପ୍‌ ପ୍ରତ୍ୟାଶୀ ଶୈଲୀ ଓବରାୟ ଦିଲ୍ଲୀର ମେୟର ହୋଇଗଲେ । ବିଜେପି ପ୍ରତ୍ୟାଶୀ ରେଖା ଗୁପ୍ତା ହାରିଯିବା ଫଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଲରେ ଶକ୍ତ ଚାପୁଡ଼ା ବାଜିଛି । ଏବେ ଅନ୍ଧାର ଘରେ ବସି କାନ୍ଦିବା ଛଡ଼ା ଆଉ କିଛି କରିପାରିବେନି ।

ସୂଚନା ମୁତାବକ ମେୟର ନିର୍ବାଚନରେ ଆପ୍‌ ପ୍ରାର୍ଥୀ ଶୈଲୀଙ୍କୁ ୧୫୦ଟି ଭୋଟ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀ ରେଖା ୧୧୬ଟି ଭୋଟ ପାଇଛନ୍ତି । ଦିଲ୍ଲୀ ମେୟର ନିର୍ବାଚନ ପରେ ବିଜେପି କାହାକୁ ମୁହଁ ଦେଖାଇପାରୁନି । ପ୍ରତ୍ୟକ୍ଷ ଯୁଦ୍ଧରେ ହାରିବା ସୁନିଶ୍ଚିତ ଜାଣି ମଧ୍ୟ ବିଜେପି ମନୋନୀତ ସଭ୍ୟଙ୍କ ସହଯୋଗରେ ମେୟର ଆସନଟିକୁ ମାଡ଼ି ବସିଥିଲା ।
ଆମ୍‌ ଆଦ୍‌ମୀ ପାର୍ଟିର ବିଜୟ ଅଭିଯାନକୁ ଅଟକାଇବାକୁ ଚେଷ୍ଟା କରି ବିଜେପି କେବଳ ଲୋକହସାର ପାତ୍ର ହେଉଛି । ଆଂଚଳିକ ପାର୍ଟିରୁ ଜାତୀୟ ଦଳ ମାନ୍ୟତା ପାଇବା ପରେ ଆପ୍‌ ଏବେ ଲୋକସଭା ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସକୁ ଟକ୍କର ଦେବାକୁ ଯାଉଛି । ଆପ୍‌ ନେତୃତ୍ୱରେ ଗଠିତ ତୃତୀୟ ମେଂଟ ଆଗାମୀ ଦିନରେ ବିଜେପି ଓ କଂଗ୍ରେସ ମେଂଟ ପାଇଁ ମୁଖ୍ୟ ପ୍ରତିବନ୍ଧକ ହେବ ।