ଆଣ୍ଠେଇଲା ପାକିସ୍ତାନ୍‌ ସରକାର: ହଟିଲା ହୋଲି କଟକଣା

ଛାତ୍ରଛାତ୍ରୀଙ୍କ ବିରାଟ ମେଳି ନିକଟରେ ହାରିଯାଇଛି ପାକିସ୍ତାନ ସରକାରଙ୍କ ଗର୍ବ ଓ ଅହଙ୍କାର । ପାକିସ୍ତାନର ଶିକ୍ଷିତ ଯୁବକ ଯୁବତୀଙ୍କ ବିଚାରଧାରାକୁ ସମ୍ମାନ ନଦେଲେ ଶାସନ ପରିଚାଳନା ଅସମ୍ଭବ ବୋଲି ପାକ୍‌ ଗୁପ୍ତଚର ସଂସ୍ଥା ଆଇଏସଆଇ, ପାକିସ୍ତାନ ସେନା ଓ ପାକିସ୍ତାନ ସରକାରଙ୍କର ହୃଦବୋଧ ହୋଇଛି।

ପାକିସ୍ତାନର କାଏଦ-ଏ-ଆଜମ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ହୋଲି ଖେଳୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଜାଣି ପାକିସ୍ତାନ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରି ବିଶ୍ୱବିଦ୍ୟାଳୟ ପରିସରରେ ହୋଲି ଖେଳ ଆୟୋଜନ ପ୍ରତି କଟକଣା ଜାରି କରିଥିଲେ।

ମାତ୍ର ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନ ପାକ୍‌ ସରକାରଙ୍କ କଟକଣାକୁ ତୀବ୍ର ବିରୋଧ କରି ରାସ୍ତାକୁ ଓହ୍ଲାଇବାରୁ ତାହା ପ୍ରତ୍ୟାହାର କରାଯାଇଛି।