ବିରୋଧୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟସଭାରେ ପାସ୍ ହେଲା ୨ଟି କୃଷି ବିଲ୍

ଭୁବନେଶ୍ୱର (ଏସ୍ ନ୍ଯୁଜ):ରବିବାର ରାଜ୍ୟସଭାରେ କୃଷି ବିଲ୍ ଉପସ୍ଥାପିତ କରାଯାଇଥିଲା । ରାଜ୍ୟସଭାରେ ବିଲ୍ କୁ ନେଇ ଆଲୋଚନା ଚାଲୁଥିବା ବେଳେ ବିରୋଧୀ କୃଷି ବିଲ୍ ସହ ଜଡିତ କାଗଜପତ୍ର ଛଡ଼ାଇ ନେବାକୁ ଉଦ୍ୟମ କରିବା ସହ ହଙ୍ଗାମା ମଧ୍ୟ କରିଥିଲେ। ତେବେ ବିରୋଧୀଙ୍କ ହଙ୍ଗମା ମଧ୍ୟରେ ରାଜ୍ୟସଭାରେ ୨ଟି କୃଷି ବିଲ୍ କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ ସଶକ୍ତିକରଣ ଏବଂ ସଂରକ୍ଷଣ ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ପାସ୍ ହୋଇଛି। ଏହା ପୂର୍ବରୁ ଲୋକସଭାରେ କୃଷି ବିଲ୍ ପାସ ହୋଇଥିଲା।

ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭା ପରେ ଆଜି ରାଜ୍ୟସଭାରେ ୩ଟି ପୃଥକ୍ କୃଷି‌ ବିଲ୍‌ ଉପସ୍ଥାପନ କରାଯାଇଥିଲା । ଲୋକସଭ‌ାରେ କୃଷି‌ ବିଲ୍‌ ପାସ୍ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭାରେ ଏହି ୩ଟି ବିଲକୁ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍ ଗତ ଜୁନ୍ ୫ ତାରିଖ ଦିନ ଜାରି ଅଧ୍ୟାଦେଶକୁ ବିଧିବଦ୍ଧ ଆଇନରେ ପରିଣତ କରିବ । ଏହି ୩ଟି ବିଲ୍‌ ହେଉଛି: କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ ଓ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ)।