ରାଜନୀତି ପଶାପାଲିରେ ୨୦୦୦ ଟଙ୍କିଆ ଗୋଟି

ଦେଶର ୧୪୦ କୋଟି ଜନତାଙ୍କ ଆଖିରେ ଧୂଳି ପକାଇ ନିରଙ୍କୁଶ ଶାସନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଲାଗି ପଡ଼ିଛନ୍ତି । ବିଜେପି ଶାସନ ଅମଳରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଓ ବନ୍ଦ କରାଗଲା । ସ୍ୱାଧିନତା ପରଠାରୁ ଦେଶରେ କୌଣସି ନୋଟ୍‌ ପ୍ରଚଳନ ଓ ବନ୍ଦ ତାଲିକା ରିଜର୍ଭ ବ୍ୟାଙ୍କକୁ ମଗାଯାଏ । ତେବେ ସେହି ତାଲିକାର ଶୀର୍ଷରେ ୨୦୦୦ ଟଙ୍କିଆ ନୋଟ୍‌ ରହିବ ।

ଦେଖିବାକୁ ବେଶ ସୁନ୍ଦର, ମନଲୋଭା ଦୁଇ ହଜାର ଟଙ୍କିଆ ନୋଟ୍‌ ମାତ୍ର ସାଢେ଼ ୬ ବର୍ଷ ପାଇଁ ବଜାରରେ ରହିଲା । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସୂଚନା ମୁତାବକ ଏବେସୁଦ୍ଧା ୧ ଲକ୍ଷ କୋଟି ୨୦ ହଜାରରୁ ଅଧିକ ଦୁଇହଜାର ଟଙ୍କିଆ ନୋଟ୍‌ ରିଜର୍ଭ ବ୍ୟାଙ୍କ ନିକଟକୁ ଫେରିନାହିଁ । ତେବେ ସେହି ଟଙ୍କା ଏବେ କୋଉଠି? ତା’ର ଉତର ଆଉ କାହା ପାଖରେ ଥାଉ କି ନଥାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ରହିଛି । କାରଣ ସେ ହିଁ ତ ଏସବୁ ଖେଳର ମହାନାୟକ ।

ଯୋଉ ସମୟରେ ଦୁଇହଜାର ଟଙ୍କିଆ ନୋଟ୍‌ ଓ ୫୦୦ ଟଙ୍କିଆ ନୋଟର ନୂତନ ରୂପ ଛପାଗଲା । ତା’ ପରଠାରୁ ୫୦୦ ଟଙ୍କିଆ ନୋଟ ଛପା ପରିମାଣ ବଢ଼ିବାକୁ ଲାଗିଛି । କିନ୍ତୁ ୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ କରି ଦିଆଗଲା । ରିଜର୍ଭ ବ୍ୟାଙ୍କକୁ ୨୦୦୦ ଟଙ୍କିଆ ନୋଟ୍‌ ଫେରସ୍ତ କରିବାର ନିର୍ଦ୍ଧାରିତ ତାରିଖ ବିତିବାର କିଛିଦିନ ପରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା ।

ଏସବୁ ହାଲଚାଲକୁ ଟିକେ ଭଲକରି ବିଚାର କଲେ, ଲୋକସଭାରେ ୩୦୩ ଆସନରେ ବିରାଜମାନ କରିଥିବା ଦଳର ଅସଲ ରୂପ ସାମ୍ନାକୁ ଆସୁଛି । ୩୦୩ ଆସନ ବିଶିଷ୍ଟ ଜାତୀୟ ଦଳ ସହିତ ହାତ ମିଶାଇଥିବା ଛୋଟଛୋଟ ଦଳଗୁଡ଼ିକର ସତେ ଯେପରି ଅସ୍ତିତ୍ୱ ନାହିଁ ।