ସାଇକେଲ ନଥିଲା, ପାଠ ପଢ଼ିବାକୁ ୮ କିମି ଚାଲୁଥିଲେ…

ନୂଆଦିଲ୍ଲୀ: ଆଜି ୭୫ ବର୍ଷ ବୟସରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜଣେ ଆଇନଜୀବୀରୁ ରାଜନୀତିକୁ ଲମ୍ଫ ମାରିଥିବା କୋବିନ୍ଦ ଆଜି ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିଛନ୍ତି। ତାଙ୍କର ଏହି ଲମ୍ବା ଯାତ୍ରା ବେଶ ମର୍ମସ୍ପର୍ଶୀ।

ରାମନାଥ କୋବିନ୍ଦ ଅକ୍ଟୋବର ୧, ୧୯୪୫ରେ ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ପାରାଖ ଗ୍ରାମରେ ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମାତ୍ର ୫ ଦିନର ହୋଇଥିବା ବେଳେ ତାଙ୍କର ମାତୃବିୟୋଗ ହୋଇଥିଲା। ପିଲାବେଳ ବେଶ ଦୁଃଖ ଦୁର୍ଦ୍ଦିନରେ ବିତିଥିଲା। ସାଇକେଲ ନ ଥିବାରୁ କୋବିନ୍ଦ ତାଙ୍କ ବିଦ୍ୟାଳୟରେ ପହଞ୍ଚିବା ପାଇଁ ପ୍ରତିଦିନ ୮ କିଲୋମିଟର ଚାଲୁଥିଲେ।

Moment of the day! Enchanting everyone with her blissful gesture, the sweet  'mother of trees' blesses President Kovind.. !

ଆଇନରେ ସ୍ନାତକ ହାସଲ କରିବା ପରେ କୋବିନ୍ଦ ଦିଲ୍ଲୀର ବାର କାଉନସିଲରେ ଆଡଭୋକେଟ ଭାବରେ ସାମିଲ୍ ହୋଇଥିଲେ। ଯେଉଁଠାରେ ସେ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆଡଭୋକେଟ ଥିଲେ। ସେହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ବ୍ୟକ୍ତିଗତ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲ। ସେ ୧୯୭୮ରେ ସୁପ୍ରିମକୋର୍ଟର ଓକିଲ ହୋଇଥିଲେ ଏବଂ ୧୯୮୦ ରୁ ୧୯୯୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଇଁ ସ୍ଥାୟୀ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।

ତାଙ୍କର ରାଜନୈତିକ କ୍ୟାରିଅର୍ ୧୯୯୧ରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଦସ୍ୟ ଭାବରେ ଆରମ୍ଭ ହୋଇଥିଲା ଏବଂ ସେ ଦଳର ଜାତୀୟ ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୪ ରୁ ୨୦୦୦ ଏବଂ ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଦୁଇଟି କାର୍ଯ୍ୟକାଳ ମଧ୍ୟରେ କୋବିନ୍ଦ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଯେଉଁଠାରେ ସେ ଅନୁସୂଚିତ ଜାତି/ଜନଜାତି, ଗୃହ ବିଭାଗ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ଆଇନ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ସଂସଦୀୟ କମିଟିରେ କାର୍ଯ୍ୟ କରିଥିଲେ।

Ram Nath Kovind sworn in as President, pledges to uphold Constitution |  Business Standard News

ଜୁନ୍ ୧୯, ୨୦୧୭ରେ ତତ୍କାଳୀନ ବିଜେପି ସଭାପତି ଅମିତ ଶାହା କୋବିନ୍ଦଙ୍କୁ ଭାରତର ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଭାବରେ ମନୋନୀତ କରିଥିଲେ। ସେ ଜୁଲାଇ ୨୫, ୨୦୧୭ରେ ଭାରତର ୧୪ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ।