ବିଶ୍ୱ ସଂସ୍କୃତ ଦିବସ ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସଂସ୍କୃତ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ସଂସ୍କୃତ ପ୍ରତି ବିଶେଷ ଆଗ୍ରହ ରଖୁଥିବା ସମସ୍ତ ଲୋକଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି । ଏହାକୁ ପାଳନ କରିବା ପାଇଁ, ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ନିମନ୍ତେ ଅପିଲ କରିଛନ୍ତି ।

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ବିଶ୍ୱ ସଂସ୍କୃତ ଦିବସ ଅବସରରେ ମୋର ଶୁଭକାମନା । ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରୁଛି, ଯେଉଁମାନେ ସଂସ୍କୃତ ପ୍ରତି ବିଶେଷ ଆଗ୍ରହ ରଖୁଛନ୍ତି । ସଂସ୍କୃତ ପ୍ରତି ଭାରତର ବହୁତ ସ୍ୱତନ୍ତ୍ର ସମ୍ପର୍କ ରହିଛି । ଏହି ମହାନ ଭାଷାକୁ ନେଇ ଉତ୍ସବ ପାଳନ ପୂର୍ବକ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ପାଇଁ ଆହ୍ୱାନ ଦେଉଛି । ନିମ୍ନରେ ଏକ ପୋଷ୍ଟ ଜରିଆରେ ମୁଁ ଏକ ବାକ୍ୟ ମଧ୍ୟ ସେୟାର କରିବି । ‘#ସେଲିବ୍ରେଟିଂସାଂସ୍କ୍ରିଟ’ର ଉପଯୋଗ କରିବା ପାଇଁ ଭୁଲନ୍ତୁ ନାହିଁ ।’’