ରାମଲାଲାଙ୍କ ଡାକଟିକେଟ୍‌ ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ଜନ୍ମଭୂମି ମନ୍ଦିର ଆଧାରିତ ସ୍ମାରକ ଡାକ ଟିକଟ ଜାରି କରିଛନ୍ତି । ମୋଦି ଜାରି କରିଥିବା ୬ଟି ଡାକଟିକଟରେ ରାମ ମନ୍ଦିର, ଭଗବାନ ଗଣେଶ, ହନୁମାନ, ଜଟାୟୁ, କେଉଟ ରାଜ ଓ ମା’ ଶବରୀ ଅଛନ୍ତି ।

ଅଯୋଧ୍ୟାରେ ୧୬ ତାରିଖରୁ ଆରମ୍ଭ କରାଯାଇଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ତୃତୀୟ ଦିନଟି ହେଉଛି ଗୁରୁବାର । ମଧ୍ୟାହ୍ନ ସୁଦ୍ଧା ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମାକୁ ରଖାଯିବା ଆଶଙ୍କା କରାଯାଉଛି ।   ରାମଯନ୍ତ୍ର ଉପରେ ରାମଲାଲାଙ୍କ ପ୍ରତିମାକୁ ରଖାଯିବ ।

ଜାନୁଆରୀ ୧୭ ତାରିଖ ଦିନ ୨୦୦ କିଲୋ ଓଜନର ରାମଲାଲାଙ୍କ ପ୍ରତିମାକୁ ମନ୍ଦିର ବେଢ଼ାରେ ରଖାଯାଇଥିଲା । ବୁଧବାର ମନ୍ଦିର ଚାରିପଟେ ଉକ୍ତ ପ୍ରତିମାକୁ ବୁଲାଇବାର ବିଧି ଥିଲା । କିନ୍ତୁ ଅଧିକ ଓଜନ କାରଣରୁ ରାମଲାଲାଙ୍କ ୧୦ କିଲୋ ଓଜନର ରୂପା ପ୍ରତିମାକୁ ଧରି ପୂଜକମାନେ ନବନିର୍ମିତ ମନ୍ଦିରକୁ ପ୍ରଦକ୍ଷିଣ କରିଥିଲେ ।

ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ରାମଲାଲାଙ୍କ ପ୍ରତିମାରେ ପ୍ରାଣ ସଂଚାର କରାଯିବ ।