ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୌହାର୍ଦ୍ଦ୍ୟ ଏବଂ ସଦ୍‌ଭାବନାକୁ ଆହୁରି ଗଭୀର କରୁ ବୋଲି ଶ୍ରୀ ମୋଦୀ କାମନା କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ମୋର ସମସ୍ତ ପରିବାରଜନଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା । ଭଉଣୀ ଏବଂ ଭାଇଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ଏବଂ ଅଗାଧ ପ୍ରେମର ଶୁଭପର୍ବ ହେଉଛି ରକ୍ଷାବନ୍ଧନ । ଆମ ସଂସ୍କୃିତର ଏହା ପବିତ୍ର ପ୍ରତିବିମ୍ବ । ଏହି ପର୍ବ ସମସ୍ତଙ୍କ ଜୀବନରେ ସ୍ନେହ, ସୌହାର୍ଦ୍ଦ୍ୟ ଏବଂ ସଦ୍‌ଭାବକୁ ଆହୁରି ଗଭୀର କରୁ ବୋଲି ମୋର କାମନା ।’