ସରସ୍ଵତୀ ନଦୀ ମାହାତ୍ମ୍ୟ ଜାଣନ୍ତୁ..

ପୁରାଣ କଥା ଅନୁସାରେ ଭଗବାନ ବିଷ୍ଣୁଙ୍କ ନିକଟରେ ଲକ୍ଷ୍ମୀ, ସରସ୍ୱତୀ ଏବଂ ଗଙ୍ଗା ଏକା ସହିତ ରହୁଥିଲେ । ଏକଦା ଦେବୀ ଗଙ୍ଗା କହିଥିଲେ ଯେ, ଶ୍ରୀହରି ମା’ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ଅଧିକ ସ୍ନେହ କରୁଛନ୍ତି । ଏହା ଶୁଣିବା ପରେ ଦେବୀ ସରସ୍ୱତୀ ଏବଂ ମାତା ଗଙ୍ଗାଙ୍କ ମଧ୍ୟରେ ତର୍କ ହୋଇଥିଲା । ଦେବୀ ଲକ୍ଷ୍ମୀ ଦୁଇ ଜଣଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ସରସ୍ୱତୀ ଦେବୀ କ୍ରୋଧରେ ଲକ୍ଷ୍ମୀ ଏବଂ ଗଙ୍ଗାଙ୍କୁ ଅଭିଶାପ ଦେଇଥିଲେ । ଭବିଷ୍ୟତରେ ଲକ୍ଷ୍ମୀଙ୍କୁ ଏକ ଗଛ ଏବଂ ଗଙ୍ଗାଙ୍କୁ ନଦୀ ହେବାର ଅଭିଶାପ ଦେଇଥିଲେ । ଗଙ୍ଗା ମଧ୍ୟ ସରସ୍ୱତୀଙ୍କୁ ନଦୀ ହେବାର ଅଭିଶାପ ଦେଇଥିଲେ ।

ବିଷ୍ଣୁ ସମସ୍ତ ଦେବୀଙ୍କ କ୍ରୋଧକୁ ଶାନ୍ତ କରିଥିଲେ । ଏହା ପରେ ଦେବୀ ଗଙ୍ଗା ଏବଂ ସରସ୍ୱତୀ ନିଜ ନିଜ ଭୁଲ ମାନିଥିଲେ । ଅଭିଶାପରୁ ମୁକ୍ତି ପାଇବା ପାଇଁ ବିଷ୍ଣୁଙ୍କ ଶରଣ ନେଇଥିଲେ ଉଭୟ ମାତା । ଅଭିଶାପର ଫଳ ଭୋଗିବାକୁ ହୋଇଥାଏ । କଳିଯୁଗ ର ୧୦ ହଜାର ବର୍ଷ ପୂର୍ଣ୍ଣ ହେବା ପରେ ମା’ ନିଜ ସ୍ୱରୂପକୁ ଫେରି ଆସିବେ ବୋଲି ଭଗବାନ ବିଷ୍ଣୁ କହିଥିଲେ ।