ସରକାରୀ ବଙ୍ଗଳା ଛାଡ଼ିବେ ରାହୁଲ

ନୂଆଦିଲ୍ଲୀ: ସାଂସଦ ପଦବୀ ଚାଲିଯିବାରୁ ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସଭା ଆବାସ ସମିତି ପକ୍ଷରୁ ରାହୁଲଙ୍କ ନିକଟକୁ ନୋଟିସ୍‌ ପଠାଯାଇଛି । ଜଣାଇ ଦିଆଯାଉଛି, ସରକାରଙ୍କ ପକ୍ଷରୁ ସବୁ ସାଂସଦଙ୍କୁ ବଙ୍ଗଳା ବିତରଣ କରାଯାଇଛି । ଏପ୍ରିଲ ୨୨ ସୁଦ୍ଧା ଉକ୍ତ ବଙ୍ଗଳା ଛାଡ଼ିବା ପାଇଁ ରାହୁଲଙ୍କୁ ପରାମର୍ଶ ଦିଆଯାଇଛି ।

କେରଳର ବାୟନାଡ ଲୋକସଭା ଆସନକୁ ପ୍ରତିନିଧିତ୍ୱ କରୁଥିଲେ ରାହୁଲ; ମାତ୍ର ସୁରତ କୋର୍ଟ ତାଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଦେବା କାରଣରୁ ସେ ଏବେ ସାଂସଦ ପଦ ପାଇଁ ଅଯୋଗ୍ୟ ହୋଇ ଯାଇଛନ୍ତି ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ତୋଗଲକ ଲେନସ୍ଥିତ ୧୨ ନମ୍ବର ସରକାରୀ ବଙ୍ଗଳାରେ ରହୁଥିଲେ । ୨୦୦୪ରେ ରାହୁଲ ପ୍ରଥମ ଥର ପାଇଁ ଆମେଠି ଲୋକସଭା ଆସନରୁ ଜିତିବା ପରେ ଉକ୍ତ ବଙ୍ଗଳାଟିକୁ ପାଇଥିଲେ ।