ନିର୍ବାଚନ କମିଶନର ହେବେ ରାଜୀବ କୁମାର

ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବାକୁ ଯାଉଛନ୍ତି ସୁପ୍ରସିଦ୍ଧ ଅର୍ଥଶାସ୍ତ୍ରବିତ ରାଜୀବ କୁମାର…

ନୂଆଦିଲ୍ଲୀ: ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବାକୁ ଯାଉଛନ୍ତି ସୁପ୍ରସିଦ୍ଧ ଅର୍ଥଶାସ୍ତ୍ରବିତ ରାଜୀବ କୁମାର । ରାଜୀବ କୁମାର ମେ ୧୫ରୁ କାର୍ଯ୍ୟଭାର ସମ୍ଭାଳିବେ । ଏନେଇ ଆଇନ ଓ ବିଧି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ସମୟରେ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ନିର୍ବାହ କରୁଥିବା ସୁଶୀଲ ଚନ୍ଦ୍ରାଙ୍କ କାର୍ଯ୍ୟଭାର ମେ’ ୧୪ରେ ଶେଷ ହେବ । ସୂଚନାଯୋଗ୍ୟ ଯେ ନିକଟରେ ରାଜୀବ କୁମାର ନୀତି ଆୟୋଗ ପଦରୁ ଇସ୍ତଫା ଦେଇଥିଲେ ।