କେକେଆର ଛାଡିବେ ମ୍ୟାକୁଲମ!

କୋଲକାତା ନାଇଟ ରାଇଡର୍ସର କୋଚ ବ୍ରେଣ୍ଡନ ମ୍ୟାକୁଲମ୍‌ କେକେଆର ଛାଡିବେ ବୋଲି ସୂଚନା ମିଳିଛି….

ନୂଆଦିଲ୍ଲୀ : କୋଲକାତା ନାଇଟ ରାଇଡର୍ସର କୋଚ ବ୍ରେଣ୍ଡନ ମ୍ୟାକୁଲମ୍‌ କେକେଆର ଛାଡିବେ ବୋଲି ସୂଚନା ମିଳିଛି । କାରଣ ତାଙ୍କୁ ଇଂଲଣ୍ଡ ଟିମ୍‌ର ମୁଖ୍ୟ କୋଚ ପଦ ନିଯୁକ୍ତି ମିଳିବା ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, କେକେଆର ସହ ମ୍ୟାକୁଲମ ଦୀର୍ଘ ବର୍ଷ ହେଲା ଜଡିତ ଥିଲେ । ଏକ ରିପୋର୍ଟ ଅନୁସାରେ ମ୍ୟାକୁଲମ ଇଂଲଣ୍ଡର ଟେଷ୍ଟ କୋଚ୍‌ ହେବା ଦୌଡରେ ସର୍ବାଗ୍ରେ ଅଛନ୍ତି । ଏନେଇ ଖୁବଶୀଘ୍ର ଘୋଷଣା ହୋଇପାରେ । ଅନ୍ୟପକ୍ଷରେ ମ୍ୟାକଲୁମ କେକେଆରକୁ ନିଜ ପଦରୁ ଇସ୍ତଫା ଦେବେ ବୋଲି କହି ସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଇଂଲଣ୍ଡର ମୁଖ୍ୟ କୋଚ କ୍ରିସ ସିଲଭରବୁଡ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ତାଙ୍କ ସ୍ଥାନରେ ପଲ କଲିଂଉଡକୁ କୋଚ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ କୋଚ ପଦ ପାଇଁ ବିଜ୍ଞପ୍ତିି ପ୍ରକାଶ ପାଇଥିଲା ।
୬୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଜୁନ ୧୭ରୁ କାର୍ଯ୍ୟକ୍ଷମ ହେବ : ଗଣଶିକ୍ଷା ମନ୍ତ୍ରୀ